ଉତ୍କଳ ସମ୍ମିଳନୀ ଗଜପତି ଜିଲ୍ଲା ଶାଖା ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଉତ୍କଳ ସମ୍ମିଳନୀର ଗଜପତି ଜିଲ୍ଲା ସଭାପତି ଗୁରଗୌରବ ଗୌରଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଉପସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗଜପତି ଜିଲ୍ଲା ସମ୍ପାଦକ ବିନୋଦ ଚନ୍ଦ୍ର ଜେନା କେତେକ ସମସ୍ୟାର ସମାଧାନ ନିମନ୍ତେ ପ୍ରସ୍ତାବ ଦେଇଥିଲେ । ସେ ଗୁଡିକ ହେଲା ନୌପଡା ଗୁଣୁପୁର ରେଳ ରାସ୍ତାକୁ ଥେରୁବାଲି ପର୍ଯ୍ୟନ୍ତ ସମ୍ପସାରଣ କରିବାପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ଆନୁସାଙ୍ଗିକ ବ୍ୟବସ୍ଥା କରାଯିବା, କଇଁପୁର ଠାରୁ ବର୍ଖତ ତୁମ୍ବା ଦେଇ ବ୍ରହ୍ମପୁର ପର୍ଯ୍ୟନ୍ତ ସଡକ ପଥକୁ ଶୀଘ୍ର କାର୍ଯ୍ୟକାରୀ କରାଯିବା, କଇଁପୁର ଠାରୁ ଗଙ୍ଗାବଡ ପର୍ଯ୍ୟନ୍ତ ରାସ୍ତାକରାଯାଇ ସେଇ ଅଞ୍ଚଳର ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଲେ ସେମାନେ ଆନ୍ଧ୍ର ସରକାରଙ୍କର ଦ୍ୱାରା ବଶବର୍ତ୍ତୀ ନହେବା, ଗଜପତି ଜିଲ୍ଲାର ଜଳାଶୟଗୁଡିକରୁ ଆନ୍ଧ୍ର ଅଞ୍ଚଳର ଯେଉଁ ଜଳବିନିଯୋଗ କରୁଛନ୍ତି ତାହର ଜଳସେଚନ କରି ଓଡିଶା ସରକାରଙ୍କ ନିକଟରେ ପ୍ରଦାନ କରିବା, କୋରାପୁଟ ଜିଲ୍ରାର କୋଟିଆ ଅଞ୍ଚଳର ଦୈନନ୍ଦିନ ପ୍ରତ୍ୟେକ ଖବର ସଂପୃକ୍ତ ଜିଲ୍ଲା ପ୍ରଶାସନ ସଂଗ୍ରହ କରିବା ଆଦି ପ୍ରସ୍ତାବ ଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଓଡିସାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ଭୂଷଣ ମହାନ୍ତି, ବିଚିତ୍ରାନନ୍ଦ ବେବର୍ତ୍ତା, ନିତ୍‌୍ୟାନନ୍ଦ ଚୌଧୁରୀ, ଆସଲତା ପାଣିଗ୍ରାହୀ, ଜଗଦୀଶ ମହାପାତ୍ର, ଭେଙ୍କଟ ରାଓ ପାତ୍ର, ଗୋପାଳ ଶତପଥୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଭାଗବତ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ