ଅଖିଳ ଭାରତ କଂଗ୍ରେସ ପକ୍ଷରୁ ମିଡିଆ କ୍ୟାମ୍ପେନ ଉଦ୍ଘାଟିତ

କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା):ଆଜି ଅଖିଳ ଭାରତ କଂଗ୍ରେସ ପକ୍ଷରୁ ଆରମ୍ବ କରାଯାଇଥିବା ଜୟନ୍ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ ଆନୁଷ୍ଠାନିକ ଉଦଘାଟନ ହୋଇସାରିଛି । ଏହି ପ୍ରରିପେକ୍ଷିରେ ଓଡିଶା କଂଗ୍ରେସ ସାମାଜିକ ଗଣମାଧ୍ୟମ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜୟନ୍ କଂଗ୍ରେସ ସୋସିଆଲ ମିଡିଆ କ୍ୟାମ୍ପେନ ର କଂଗ୍ରେସ ଭବନରେ ଶୁଭାରମ୍ଭ କରିଥିଲେ। ଏହି ଅବାସରରେ ସେ କ୍ୟାମ୍ପେନ ର ଲୋଗୋ ଉନ୍ମୋଚନ କରିବା ସହ ମୋବାଇଲ ମିସକଲ ଦ୍ୱାରା କଂଗ୍ରେସ ସାମାଜିକ ଗଣମାଧ୍ୟମରେ ଯୋଡି ହେବା ପାଇଁ ଦେୟମୁକ୍ତ ୧୮୦୦୧୨୦୦୦୦୦୪୪ ନମ୍ବର ଟି ଘୋଷଣା କରି ଯୁବଛାତ୍ର ଓ ମହିଳା ଙ୍କୁ ଯୋଗ ଦେବା ପାଇଁ ଆହ୍ୱାନ କରିଥିଲେ ।ସେ କହିଥିଲେ ବର୍ତ୍ତମାନ ସାଧାରଣ ଗଣମାଧ୍ୟମ ସରକାରଙ୍କ ଦ୍ୱାରା ପ୍ରଲୋଭିତ ହୋଇ ପ୍ରକୁତ ସତ୍ୟ କଥାକୁ ଲୋକଙ୍କ ସାମ୍ନା ରେ ରଖୁନାହାନ୍ତି। ଯାହାକି ଏବେ ସୋସିଆଲ ମିଡିଆ ସତ୍ୟ ଘଟଣାକୁ ସାମ୍ନା କୁ ଆଣୁଛି।ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ହାତମୁଠା କରିବା ପାଇଁ ଆସନ୍ତୁ ସମସ୍ତେ କଂଗ୍ରେସ ସୋସିଆଲ ମେଡିଆ ଯୋଗ ଦେବା ଏବଂ ରାଜ୍ୟ ଓ ଦେଶର ପ୍ରଗତିର ବାହାକ ହେବା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ସେହିପରି ଆଜି କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ପ୍ରଦେଶ କଂଗ୍ରେସ (ସୋସିଆଲ ମିଡିଆ ) କମିଟି ତରଫରୁ ଜୟନ୍ କଂଗ୍ରେସ ମିଡିଆ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଛି l ଏହି କାର୍ଯ୍ୟକ୍ରମରେ ଓଡିଶା ଏଆଇସିସି ସୋସିଆଲ ମିଡିଆ ସଂଯୋଜକ ବିନୟ ଦୋକାନିଆ,ଅଧ୍ୟକ୍ଷ ଶ୍ରୀ ଅଭିଷେକ ମହାନନ୍ଦ ଜି,ସାଧାରଣ ସମ୍ପାଦକ ଶ୍ରୀ ବିଶ୍ଵ ଭୂଷଣ ଦାସ,ସାଧାରଣ ସମ୍ପାଦକ ଚେତନ ମିଶ୍ର,ସାଧାରଣ ସମ୍ପାଦକ ଶୈଳେନ୍ଦୁ ଦାସ,ଜଗତ ଜୀବନ ମହାନ୍ତି,ସମ୍ପାଦକ ମୁରଲୀ ଧର ନାୟକ ଯୋଗ ଦେଇ କହିଥିଲେ ସାରା ଭାରତରେ ବର୍ତ୍ତମାନ ଅରାଜକତା ଦେଖେଦେଉଛି।ଏନଡିଏ ସରକାର କେବଳ ବହୁଳ ଅର୍ଥବ୍ୟୟକରି ମିଛ ପ୍ରଚାର ଦ୍ୱାରା ସାଧାରଣ ଜନତାଙ୍କୁ ଠକି ଚାଲିବା ସହ ଦେଶର ଅର୍ଥ ଓ ସମ୍ପତ୍ତିକୁ ଲୁଟି ଚାଲିଛନ୍ତି।ବର୍ତ୍ତମାନ ସମୟ ଆସିଛି ସୋସିଆଲ ମେଡିଆ ଜରିଆରେ ପ୍ରକୁତ କଥା ସାମ୍ନାକୁ ଆଣି ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ।ଏହି କ୍ୟାମ୍ପେନ ମାଧ୍ୟମରେ ଦେଶରୁ ୫ ଲକ୍ଷ ସେଛ୍ୱାସେବୀ ଏବଂ ୫୦ ହଜ଼ାର କଂଗ୍ରେସ କର୍ମୀଙ୍କୁ ଯୋଡିବାର ଲକ୍ଷ ରଖିଛି କଂଗ୍ରେସ ସୋସିଆଲ ମେଡିଆ ।ବର୍ତ୍ତମାନ ସମୟରେ ପ୍ରକୁତ ସତ୍ୟ କଂଗ୍ରେସ ସୋସିଆଲ ମେଡିଆ ହିଁ ସାଧାରଣ ଲୋକଙ୍କୁ ବାଟ ଦେଖାଉଛି। ସେହିପରି ରାଜ୍ୟ ସୋସିଆଲ ମେଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଜି, ଓଡିଶା ଇନ୍ ଚାର୍ଜ ଅଜୟ ଦୋକାନୀଆଁ ଜି, ଯୋଗ ଦେଇ ୨୧ ଟି ସଂସଦୀୟ କ୍ଷେତ୍ରରେ ୨୧ ହଜାର ସେଛ୍ୱାସେବୀ ନିୟୋଜିତ ହେବେ।ସମସ୍ତଙ୍କୁ ପ୍ରଶିକ୍ଷଣ ଦିଆଯିବାପରେ ସେମାନଙ୍କ ମଧ୍ୟରୁ ପ୍ରଶିକ୍ଷକ ବଛାଯାଇ ସୋସିଆଲ ମେଡିଆ କାର୍ୟ ଆଗକୁ ବହୁଳ ପରିମାଣରେ ପ୍ରସାର କରାଯିବ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ବାଉରୀ ବନ୍ଧୁ ମହାନ୍ତି, ପିସିସି ସାଧାରଣ ସମ୍ପାଦକ ସୁଶାନ୍ତ ବେହେରା, ଭରତ ଚନ୍ଦ୍ର ପାଢି, ନଗର୍ କଂଗ୍ରେସ ସଭାପତି ଶ୍ରୀ ଉପେନ୍ଦ୍ର କୁମାର କାଣ୍ଡି, ଯୁବ ନେତା ତପନ କୁମାର କାଣ୍ଡି ଯୋଗଦେଇ ସାରା ଦେଶରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ବୋଲି ପ୍ରକାଶ କରିବା ସହ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ ଏକ ପ୍ରଶଂସାଯୋଗ୍ୟ ପଦକ୍ଷପ ବୋଲି ସେ କହିଥିଲେ । ସଭା ଶେଷରେ ଅବଧୂତ ସ୍ଵାଇଁ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ କୋଣାର୍କ ପ୍ରଦେଶ କଂଗ୍ରେସ ଯୁବ ସଭାପତି ସ୍ଵାଧୀନ କୁମାର ନାୟକ, ନିରଞ୍ଜନ ଖୁଣ୍ଟିଆ, ନୃସିଂହ ଚରଣ ନାୟକ, ପିନାକୀ ନାୟକ,ପୂର୍ଣ୍ଣ ଚନ୍ଦ୍ର ମଲିକ୍,ବିରଞ୍ଚି ନାରାୟଣ ପତି,ନଳିନୀ କୁମାର, ଦେବରାଜ ନାୟକ,ପ୍ରମୂଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ