ଧାରଣାରେ ବସିଲେ ତିରିଂ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୁରଭଞ୍ଜ ଜିଲ୍ଲା ସିମାନ୍ତ ବର୍ତି ୩୦୦’ ବେଡ୍ ବିଶିଷ୍ଠ ଆଦିବାସୀ , ହରିଜନ’ଙ୍କ ତିରିଂ’ ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟ ରେ ଥିବା ବିଭିନ୍ନ ସମସ୍ୟା, ଅବ୍ୟବସ୍ଥା ଏବଂ ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ଅଭିଯୋଗରେ ବିଦ୍ୟାଳୟର ସମସ୍ତ ଛାତ୍ରାଛାତ୍ରୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ସମ୍ପୃକ୍ତ ଶିକ୍ଷକ’ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଧାରଣାରେ ବସିଥିଲେ । ବିଦ୍ୟାଳୟର ଶୌଚାଳୟ / ପରିଶ୍ରାଗାର ସବୁ ବ୍ୟବହାର ଯୋଗ୍ୟ ନଥିବାରୁ ବିଦ୍ୟାଳୟ ପରିସର ବାହାରକୁ ଯିବାକୁ ପଡିଥାଏ ହେଲେ ନୂତନ ଭାବେ ତିଆରି ହୋଇଥିବା ଶୌଚାଳୟ ଟିକୁ ମଧ୍ୟ ବିଦ୍ୟାଳୟର ଶିକ୍ଷକ ବନମାଳୀ ଜେନା’ଙ୍କ ଆଦେଶ କ୍ରମେ ତାଲା ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ରୋଷେଇ ପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ’ଙ୍କୁ କାଠ ବହି ଆଣିବା କାଠ କାଟିବା ପରି କାର୍ଯ୍ୟ କରିବାକୁ ବାଧ୍ୟ କରାଯିବା, ବିଦ୍ୟାଳୟ ଶ୍ରେଣୀ ଆରମ୍ଭରେ ଘଣ୍ଟି ବଜାଇବା, ଛୁଟି ଘଣ୍ଟି ବଜାଇବା ପିରିୟଡ ଅନୁସାରେ ଘଣ୍ଟି ବଜାଇବା ପରି ପିଓନ’ଙ୍କ କାମ ମଧ୍ୟ ଛାତ୍ରଛାତ୍ରୀ’ଙ୍କୁ କରିବାକୁ ପଡିଥାଏ । ହଷ୍ଟେଲ ରେ ଲୋକଡାଉନ ବେଳର ପୁରୁଣା ଷ୍ଟୋକ ପୋକରା ଚାଉଳ ର ଭାତ, ପାଣିଚିଆ ଡାଲି, ଗୋଟାଏ ଆଳୁ ଦୁଇ ଛାତ୍ରଛାତ୍ରୀ’ଙ୍କୁ ଦିଆଯିବା, ଜଳଖିଆରେ ଅଳ୍ପ ମାତ୍ରାରେ ଶୁଖିଲା ଚୁଡା ଓ ଚିନି ଦିଆଯିବା, ମେନ୍ୟୁ ଅନୁସାରେ ଖାଦ୍ୟ ଦିଆ ନଯାଇ ପ୍ରତ୍ୟକ ଦିନ ଆଳୁ ତରକାରୀ ଦିଆଯିବା। ପାନୀୟ ଜଳ ସମସ୍ୟା ଥିବାରୁ ରାତି ବେଳେ ବାହାରୁ ଛାତ୍ର ମାନଙ୍କୁ ପାଣି ବୋହି ଆଣିବାକୁ ବାଧ୍ୟ କରିଥାନ୍ତି ଶିକ୍ଷକ। ଏହାସହ ଗାଧୋଇବା ପାଇଁ ପାଣିର ସମସ୍ୟା ରହିଛି। ହଷ୍ଟେଲ ମ୍ୟାଟ୍ରନ କେବଳ ଛାତ୍ରଛାତ୍ରୀ’ଙ୍କ ଉପସ୍ଥିତି ଦରଜ କରିବା ବେଳେ ରହିଥାନ୍ତି। ଉପର ମହଲାରେ ପଙ୍ଖା ନଥିବାବେଳେ ସୁଇଚ, ତାର, ଏବଂ ବଲବ ନଥିବାର ଅବିଯୋଗ କରାଯିବା ବେଳେ ଛାତ୍ର ଛାତ୍ରୀ ନିଜେ କିଣିବେ ବୋଲି ଆଦେଶ ଦିଆ ଯାଇଥିଲା। ଛାତ୍ରୀ’ଙ୍କୁ ସାନିଟାରୀ ପ୍ୟାଡ ମଧ୍ୟ ଯୋଗାଇ ଦିଆଯାଉ ନଥିବା ବେଳେ ମୁଷା କାଟିଦେଇଥିବା ପୁରୁଣା ସରକାରୀ (ଖୁସି) ସାନିଟାରି ପ୍ୟାଡ ବ୍ୟବହାର କରିବାକୁ ଦିଆଯାଉଥିବା ଛାତ୍ରୀ’ଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ହଷ୍ଟେଲରେ ସାବୁନ, ତେଲ, ମଶାରୀ, ଥାଳି, ଗିନା, କମ୍ବଳ ଯୋଗାଇ ଦିଆଯାଉନାହିଁ। ଶିକ୍ଷକ’ଙ୍କ ଦ୍ବାରା କଟୁ ଭାଷାରେ ସମସ୍ତ’ଙ୍କ ସମ୍ମୁଖରେ ଗାଳିଗୁଲଜ କରି ଅପଦସ୍ଥ କରିବା। ଛାତ୍ରଛାତ୍ରୀ’ଙ୍କ ଦେହ ଅସୁସ୍ଥ ହେଲେ ଅବହେଳା କରିବା। ଛାତ୍ରଛାତ୍ରୀ’ଙ୍କ ପାଇଁ ଆସୁଥିବା ଜିନିଷ ବାଟ ମାରଣା ହେଉଥିବା ପରି ବିଭିନ୍ନ ଅଭିଯୋଗ ଗୁଡିକୁ ନେଇ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟ ଫାଟକ ବନ୍ଦ କରି ଧାରଣାରେ ବସିଥିଲେ। ସକାଳ ୬’ରୁ ଧାରଣାରେ ବସିଥିବା ବେଳେ ମ୍ୟାଟ୍ରନ୍ ଏବଂ ବନମାଳୀ ଜେନା ସାର’ଙ୍କ ତୁରନ୍ତ ବଦଳି ସହ ସମସ୍ୟା ଗୁଡିକର ସମାଧାନ ଦାବିରେ ଅଡିବସିଥିଲେ। ଶିକ୍ଷକ ଏବଂ ଅଧିକାରୀ’ଙ୍କୁ ବିଦ୍ୟାଳୟକୁ ପ୍ରବେଶ କରାଇ ଦେଇ ନଥିଲେ। ତିରିଂ ବ୍ଲକ ୨୦’ ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ପରେଷ ମୁଣ୍ଡା, ବ୍ଲକ ଅଧ୍ୟକ୍ଷ ପରମେଶ୍ବର ସାମାଡ, ତିରିଂ ବ୍ଲକ ବିଜୁ ଯୁବ ଛାତ୍ର ସଭାପତି ଜଗଦୀପରାଜ କ୍ଷତ୍ରୀ, ସ୍ଥାନୀୟ ସରପଞ୍ଚ ତଥା ସ୍ଥାନୀୟ ଯୁବକ ଏବଂ ଅଭିଭାବକ ମାନେ ଘଟଣା ସ୍ଥଳରେ ଉପସ୍ଥିତ ରହି ଛାତ୍ରୀଙ୍କୁ ସମର୍ଥନ ଜଣାଇଥିଲେ। ଓ୍ବେଲଫେୟାର ଏକ୍ଜିକ୍ୟୁଟିଭ ଓଫିସର (ଡବ୍ଲୁ. ଇ. ଓ.) ମ୍ୟାଡମ ମାତ୍ର ଦୁଇଥର ପରିଦର୍ଶନରେ ଆସିଥିବା ବେଳେ ସମସ୍ୟା ସମ୍ବନ୍ଧରେ ଅବଗତ ହୋଇ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ। ହେଲେ ଧାରଣାରେ ବସିଥିବା ଛାତ୍ରଛାତ୍ରୀ’ଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହିତ ଜନ ପ୍ରତିନିଧି’ଙ୍କ ସହ ଅଯଥା ଯୁକ୍ତିତର୍କ କରିଥିଲେ ଫଳରେ ଜିଲ୍ଲା ପରିଷଦ ଶ୍ରୀ ମୁଣ୍ଡା ଅସନ୍ତୋଷ ପ୍ରକାଶ କରିଥିଲେ । ତିରିଂ ବିଡିଓ ଶ୍ରୀମତୀ ଜ୍ୟୋତିର୍ମୟୀ ପ୍ରଧାନ, ତହସିଲଦାର ଶ୍ରୀମତୀ ଚାରୁଲତା ସି, ବ୍ଲକ ଶିକ୍ଷା ଅଧିକାରୀ ପ୍ରକାଶ ମହାଳିକ ଏବଂ ଡବ୍ଲ୍ୟୁଇଓ’ଙ୍କ ଦ୍ବାରା ଜନ ପ୍ରତିନିଧି’ଙ୍କ ସହ ଆଲୋଚନା ପରେ ସାତ (୦୭) ଦିନ ମଧ୍ୟରେ ସମସ୍ୟା ଗୁଡିକର ସମାଧାନ ଏବଂ ଛାତ୍ରଛାତ୍ରୀ’ଙ୍କ ଦାବି ପୂରଣ କରାଯିବା ନେଇ ପ୍ରତିଶୃତୀ ଦିଆଯିବା ପରେ ଛାତ୍ରଛାତ୍ରୀ ମାନେ ଧାରଣାରୁ ଉଠିଥିଲେ ।
ମୟୂରଭଞ୍ଜ ଜିଲ୍ଲାରୁ ଅକ୍ଷୟ କୁମାର ବିଶ୍ୱାଳ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ