ନକଲି ଅମ୍ବୁଜା ସିମେଣ୍ଟ କାରଖାନା ଉପରେ କମିସନରେଟ୍ ପୋଲିସ୍ ର ଚଢ଼ାଉ

କଟକ,(ଦୀପକ୍ କୁମାର ବେଉରା): ଦିର୍ଘ ୪ ମାସ ଭିତରେ କଟକ କମିସନରେଟ୍ ପୋଲିସ୍ ୧୬ ଟି ନକଲି ଅପମିଶ୍ରିତ କାରଖାନା ଉପରେ ଚଢ଼ାଉ କରି ୫ କୋଟି ରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ କରିବା ସହ ୧୮ ଜଣକୁ ଗିରଫ କରିଛି । ଆଜି ଜଗତପୁର ସ୍ଥିତ କେନ୍ଦ୍ରାପଡ଼ା ରୋଡ଼ ରୁ ନକଲି ଅମ୍ବୁଜା ସିମେଣ୍ଟ କାରଖାନା ଉପରେ ଏ.ସି.ପି. ଅମରେନ୍ଦ୍ର ପଣ୍ଡା ଙ୍କ ନେତୃତ୍ୱରେ କଟକ କମିସନରେଟ୍ ପୋଲିସ୍ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହେର ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ନକଲି ସିମେଣ୍ଟ ଜବତ୍ କରିବା ସହ ୩ଜଣ କୁ ଅଟକ ରଖି ପଚରାଉଚରା କରାଯାଉଛି । ଏଠି ପ୍ରଶ୍ନ ଉଠୁଛି ଦିର୍ଘ ୪ ମାସ ଭିତରେ ଅନେକ କମ୍ପାନୀ ଠାବ ହେଇଥିବା ବେଳେ ଏହି କମ୍ପାନୀ ଗୁଡ଼ିକୁ ଯେତେବେଳେ ଖୋଲିବା ପାଇଁ ଅନୁମତି ଦିଆଯାଉଛି, ସେତେବେଳେ ସ୍ବାସ୍ଥ୍ୟ ବିଭାଗ ଠିକ ସେ ଆଙ୍କ ଉପରେ ନଜର ନ ରଖିବାରୁ ଏହି ଭଳି ଅପମିଶ୍ରିତ ନକଲି କମ୍ପାନୀ ଗୁଡ଼ିକ ସାଧାରଣ ଲୋକଙ୍କୁ ଭକୁଆ ବନାଇ ଲକ୍ଷ ଲକ୍ଷ ଟଙ୍କା ମୁନାଫା କମାଇ ନିଜର ସାମ୍ରାଜ୍ୟ ବିସ୍ତାର କରି ଲୋକମାନଙ୍କ ଜିବନ ସହିତ ଖେଳ ଖେଳୁଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ