ଜିଲ୍ଲା ସ୍ତରୀୟ ରାଜସ୍ବ ସମୀକ୍ଷା ବୈଠକ

ଛତ୍ରପୁର ,(ଦେବଦତ୍ତ ମହାରଣା):   ଭିଡିଓ କନଫରେନ୍ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର ରାଜସ୍ବ ସମୀକ୍ଷା ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି  । ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମସ୍ତ ତହସିଲଦାର ମାନଙ୍କୁ ଜଣାଇଥିଲେଯେ, ରାଜସ୍ବ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ସମସ୍ତ ସେବାମାନ ଅବିଳମ୍ବେ ନିର୍ଦ୍ଧାରୀତ ସମୟସୀମା ମଧ୍ୟରେ ପ୍ରଦାନ କରିବାକୁ ସମସ୍ତ ତହସିଲ କାର୍ଯ୍ୟାଳୟ ତତ୍ପରତାର ସହ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।ସମୀକ୍ଷା ବୈଠକରେ ସୈରାତ୍ ସୋର୍ସ, ଗ୍ରାମ କଣ୍ଟକ ପରମ ଭୋଗ, ଓଡିଶା ଜନସେବା କାର୍ଯ୍ୟ ଅଧିକାର, ବସୁନ୍ଧରା ଯୋଜନା, ମୋ ଗାଁ ରେ ତହସିଲ୍ ଆଦି ସମ୍ପର୍କରେ  ସୁବିସ୍ତୃତ ଆଲୋଚନା ହୋଇଥିଲା  । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅମୀୟ କୁମାର ସାହୁ ସମୀକ୍ଷା ବୈଠକର ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ  ।ସୈରାତ୍ ଉତ୍ସ କ୍ଷେତ୍ରରେ ଦେଖାଯାଉଥିବା ସମସ୍ୟାମାନ ସଂପୃକ୍ତ ତହସିଲଦାର, ରାଜସ୍ବ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରି ସମାଧାନ କରିବାକୁ କହିଥିଲେ | ଆବଶ୍ୟକ ହେଲେ ଜିଲ୍ଲାର ଭୂତତ୍ବବିତ୍ ଙ୍କୁ ନେଇ ସୈରାତ୍ ଉତ୍ସ ଗୁଡିକର କାର୍ଯ୍ୟ ତଦାରଖ କରିବାକୁ ପରାମର୍ଶ ଦେଇଥିଲେ | କ୍ରସର ଚଳାଇବା ବେଳେ ପରିବେଶ ପ୍ରତି ନଜର ରଖିବା ସହ ପଥର,ବାଲି,ମୋରମ୍ ଚାଲାଣ ବେଳେ ପରିବେଶ ତଥା ରାସ୍ତା ନିରାପତ୍ତା ପ୍ରତି ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ  । ଆବଶ୍ୟକ ପଡିଲେ ଭାରିଯାନ ଚାଳକ ମାନଙ୍କ ସହ ତହସିଲଦାର୍ ମାନେ ସଡକ ନିରାପତ୍ତା ଉପରେ ଆଲୋଚନା କରିବେ । ରାଜସ୍ବ ଆଦାୟ ଲକ୍ଷ୍ୟଧାର୍ଯ୍ୟ ପୂରଣ ଉପରେ ଗୁରୁତ୍ବ ଦେଇଥିଲେ ।  ଓଡିଶା ଜନସେବା କାର୍ଯ୍ୟ ଅଧିକାର (ଓ.ଆର୍.ଟି.ପି.ଏସ୍.ଏ) ଆଇନ୍ ନିୟମ ପ୍ରକାରେ ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆଯାଉଥିବା ଜାତିଗତ ପ୍ରମାଣପତ୍ର, ଆୟକର ପ୍ରମାଣପତ୍ର, ଉତ୍ତାରାଧିକାରୀ ପ୍ରମାଣ ପତ୍ର ଆୟ ପ୍ରମାଣ ପତ୍ର ଆଦି  ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ  ପ୍ରଦାନ କରିବା ଉପରେ ଗୁରୁତ୍ବ ଆରୋପ କରିଥିଲେ  । ବାକି ରହିଥିବା ଆବେଦନ ପତ୍ର ଯେପରି ଶୂନ୍ୟ ହେବ ସେ ଦିଗରେ ତତ୍ପରତା ନେଇ କାର୍ଯ୍ୟ କରିବାକୁ ତହସିଲଦାର ମାନଙ୍କୁ ପରାମର୍ଶ ଦେଇଥିଲେ | ବୈଠକରେ ବ୍ରହ୍ମପୁର ଉପ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ୍, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଡେପୁଟି କଲେକ୍ଟର (ରାଜସ୍ବ) ବିଜୟାନନ୍ଦ ସେଠୀ, ଡେପୁଟି  କଲେକ୍ଟର ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ  ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ