ନଦୀରେ ବୁଡି ଦିବ୍ୟାଙ୍ଗ କଲେଜ ଛାତ୍ରର ମୃତ୍ୟୁ

ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଥାନା ଅନ୍ତର୍ଗତ ବଡମାଧପୁର ଗ୍ରାମ ନଦୀରେ ବୁଡି ଜଣେ ଦିବ୍ୟାଙ୍ଗ କଲେଜ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତ ଦିବ୍ୟାଙ୍ଗ ଛାତ୍ର ଜଣକ ବଡମାଧପୁର ଗ୍ରାମର ସଦହେବ ବେହେରାଙ୍କ ଜ୍ୟେଷ୍ଠ ପୁତ୍ର ତଥା ନୃସିଂହନାଥ ମହାବିଦ୍ୟାଳୟର ଦ୍ୱିତୀୟ ବର୍ଷ ଯୁକ୍ତଦୁଇ କଳାଛାତ୍ର ଜଗନ୍ନାଥ ବେହେରା (୧୭) ବୋଲି ଜଣାପଡିଛି । ଆଜି ଅପରାହ୍ନରେ ନଦୀକୁ ଶୌଚ କରିବାକୁ ଯାଇଥିବା ବେଳେ କୌଣସି କାରଣରୁ ଗୋଡ ଖସି ନଦୀରେ ବୁଡି ଯାଇଥିଲେ । ଫଳରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ସୂଚନା ପାଇ ସ୍ଥାନୀୟ ସରପଞ୍ଚ ଶରତ ଖୁଣ୍ଟିଆ ଓ ମା’ଶ୍ୟାମାକାଳୀ ୟୁଥ୍ କ୍ଲବର ଯୁବକ ମାନେ ଏବଂ ଛାତ୍ରନେତା ଅଜିତ୍ ସ୍ୱାଇଁ ପ୍ରମୁଖ ଛତ୍ରପୁର ପୁଲିସ ଓ ଏବଂ ରାଜସ୍ୱ ନିରୀକ୍ଷକଙ୍କୁ ସୂଚନା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ