ଧାନ ସଂଗ୍ରହ ନିମନ୍ତେ ଚାଷୀ ଓ ଚାଷୀନେତାଙ୍କ ସହ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଆଲୋଚନା ବୈଠକ
ଛତ୍ରପୁର,(ଦେବଦତ୍ତ ମହାରଣା) : ଚଳିତ ମାସ ୧୬ତାରିଖ ଦିନରୁ ଜିଲ୍ଲାରେ ଧାନ ମଣ୍ଡି ଖୋଲାଯିବ । ଏହି ମଣ୍ଡି ଦ୍ୱାରା ପ୍ରତ୍ୟେକ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବ । ପୂର୍ବରୁ ଏଥିନିମନ୍ତେ ବ୍ଲକ , ଉପଖଣ୍ଡ ଓ ଜିଲ୍ଲାସ୍ତରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜଣେ ହେଲେ ଚାଷୀ ଏହି ଧାନ କିଣାରେ ବଞ୍ଚିତ ନହେବେ ସେଥି ନିମନ୍ତେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିବା ବେଳେ ଆଜି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତିଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ଚାଷୀ ଏବଂ ଚାଷୀ ସଂଗଠନର ନେତା ମାନଙ୍କୁ ନେଇ ଏକ ଆଲୋଚନା ବୈଠକ କାର୍ଯ୍ୟାଳୟ ପରିସର ରେ ହୋଇଯାଇଛି । ଏଥିରେ ଚାଷୀ ଓ ଚାଷୀ ନେତା ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଚଳିତ ବର୍ଷ ସମସ୍ତ ଚାଷୀ ମାନଙ୍କ କିପରୀ କୈାଣସି ଅସୁବିଧା ନହୋଇ ଧାନ ସଂଗ୍ରହ କରାଯିବ ଶ୍ରୀ ପତି ଚାଷୀ ମାନଙ୍କୁ କହିଥିଲେ । ଏଥି ନିମନ୍ତେ ପ୍ରତ୍ୟେକ ୭ରୁ୮ ମଣ୍ଡି ନିମନ୍ତେ ଜଣେ ନୋଡାଲ ଅଫିସ ମାନଙ୍କୁ ଦାୟିତ୍ୱ ଦିଆଯାଇଛି । ସେମାନେ କିପରୀ ଚାଷୀ ମାନେ କୈାଣସି ଅସୁବିଧା ନହୋଇ ଧାନ ସରକାରଙ୍କୁ ଦେଇପାରିବେ ତାହାର ତଦାରଖ କରିବେ । ଚାଷୀ ମାନେ ଭାଗଚାଷୀ ଓ ଛୋଟ ଚାଷୀଙ୍କର ଧାନ ପ୍ରଥମେ କିଣାଯାଉ ବୋଲି ଦାବି କରିଥିଲେ । ଏହାସହିତ ଚାଷୀମାନଙ୍କୁ ଅଖା ଓ ଗାଡି ଭଡା ପ୍ରଦାନ କରାଯାଉ ବୋଲି ମଧ୍ୟ କହିଥିଲେ । ଅଧିକ କ୍ଷମତା ଥିବା ଅନ୍ୟ ବ୍ଲକର ମିଲର ମାନଙ୍କୁ ଅଧିକ ଟାର୍ଗେଟ ଦେଲେ ସବୁ ପଞ୍ଜିକୃତ ଚାଷୀଙ୍କ ଧାନ ଠିକ୍ ସମୟରେ କିଣା ହୋଇଯାଇପାରିବ ବୋଲି ମଧ୍ୟ ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଞ୍ଚଳ ନାହାକ ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରତି ବ୍ଲକର ଏମଆଇ ଏବଂ ସିଇଓ ମାନଙ୍କୁ ସପ୍ରାହିକ ଟାର୍ଗେଟ ଦେଇ ଉତ୍ତର ଦାୟୀ କରନ୍ତୁ ଏବଂ ଟୋଲ ଫ୍ରି ନମ୍ବର ଜାରି କରାଯାଉ । ଧାନ କିଣାର ତଦାରଖ ପାଇଁ ଅଗ୍ରଣୀ ଚାଷୀ ସଂଗଠନ ଋଷିକୂଲ୍ୟା ରୟତ ମହାସଭାକୁ ସାମିଲ କରାଯାଉ । କେତକ ବ୍ଲକରେ ଏଫଏକ୍ୟୁ ମାନ ନାମରେ ୫ରୁ ୭କେଜି ଧାନ କୁଇଣ୍ଟାଲ ପିଛା ଚାଷୀଙ୍କ ଠାରୁ ଅଧିକା ନେଇ ମିଲର ମାନେ ଶୋଷଣ କରୁଛନ୍ତି ତାହା ବନ୍ଦ କରାଯାଉ । ବ୍ଲକ ଓ ପଞ୍ଚାୟତସ୍ତରରେ ଏଫଏକ୍ୟୁ ମାନ ଓ ଧାନ କିଣା ନିୟମ ସଂପର୍କରେ ତାଲିମ ପ୍ରଦାନ କରାଯାଉ ବୋଲି ମଧ୍ୟ ବହୁ ଚାଷୀ ନେତା ମାନେ ଦାବି କରିଥିଲେ । ଜିଲ୍ଲାରେ ଚଳିତ ବର୍ଷ ୧ଲକ୍ଷ ୩୯ହଜାର ୬୪୯ ଜଣ ଚାଷୀ ଧାନ ବିକ୍ରି କରିବା ନିମନ୍ତେ ପଞ୍ଜିକରଣ କରିଛନ୍ତି । ସେଥି ମଧ୍ୟରୁ ୪ହଜାର ୫୪୨ଜଣ ଭାଗଚାଷୀ ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୯୪ହଜାର ୨୯କୁଇଣ୍ଟାଲ ଧାନ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ରହିଛି । ଚଳିତ ବର୍ଷ ୩୭୮ଟି ପ୍ୟାକ୍ସ , ଗୋଟିଏ ପାଣି ପଞ୍ଚାୟତ ଏବଂ ୬୪ଟି ସ୍ୱୟଂ ସହାୟିକା ମହିଳା ଗୋଷ୍ଠୀଙ୍କ ଜରିଆରେ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । ଏଥିନିମନ୍ତେ ୩୭୩ ମିଲର ଆବେଦନ କରିଥିବା ବେଳେ ୨୮୪ଜଣ ମିଲରଙ୍କୁ ଚୟନ କରାଯାଇଛି ।


