ନଦୀ ପାଣିରେ ଭାଷି ଯାଉଥିବା ବୃଦ୍ଧଙ୍କୁ ଉଦ୍ଧାର କରିଥିବା ୨ଭଉଣୀଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସିଦ୍ଧବାଲି ଗ୍ରାମର ୬୨ବର୍ଷୀୟ ବୃଦ୍ଧ ଉମେଶ ଦାସଙ୍କୁ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ଭରା ଜଳରାଶିରେ ଭାଷିଯାଇ ଜୀବନ ସହ ସଂଗ୍ରାମ କରୁଥିବା ବେଳେ ନିଜ ଜୀବନକୁ ବିପନ୍ନ କରି ତାଙ୍କୁ ପାଣିରୁ ଉଦ୍ଧାର କରିଥିବା ୨ଭଉଣୀ ସୁଶ୍ରୀ ଶ୍ରଦ୍ଧାଞ୍ଜଳି ପାତ୍ର ଓ ସୁଶ୍ରୀ ସୀମା ପାତ୍ରଙ୍କୁ ବିଜେପି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା ଉଭୟଙ୍କୁ ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ସୁନାକର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନାରଦ ବିଶ୍ୱାଳ, ସୁଶାନ୍ତ ବାରିକ, ବିନ୍ଦୁସାଗର ଦାସ, ମାଧବାନନ୍ଦ ମଳିକ, ତୁଷାର ପରିଡା, ଉମାକାନ୍ତ ନାୟକ, ମୁକ୍ତିକାନ୍ତ ସ୍ୱାଇଁ ଓ ସୁଦାମ ମଳିକ ପ୍ରମୁଖ ଉପସ୍ଥିତ ଥିଲେ ।


