ଯୁବକଙ୍କ ମୃତ୍ୟୁ ସନ୍ଦେହ ଜନକ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜୈନିକ ଯୁବକଙ୍କ ମୃତ୍ୟୁ ସନ୍ଦେହ ଜନକ ବୋଲି ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଗଙ୍ଗାରାମପୁର ପଂଚାୟତର କଇଁକୁଳା(ମାନପାଟଣା)ଗ୍ରାମର ଅଶୋକ କୁମାର ଦାସ (୪୫)ଙ୍କୁ ବେକରେ ରଶୀ ଲଗାଇ ଘର ଭିତରେ ଝୁଲୁଥିବା ଅବସ୍ଥାରେ ରବିବାର ସକାଳେ ଦେଖିବାକୁ ମିଳିଥିଲା । ଏସମ୍ପର୍କରେ ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଁଚି ଶବ ବ୍ୟବଛେଦ କରିବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ମୃତ ଅଶୋକଙ୍କ ପତ୍ନୀ କମଳା ଦାସ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରି ରଶିରେ ଟଙ୍ଗାଇ ଦିଆଯାଇଥିବା ସଦର ଥାନାରେ ଅଭିଯୋଗ କରିବା ପରେ ସଦର ଥାନା ପୋଲିସ ୨୨୩/୨୦୨୦ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଥାନା ପକ୍ଷରୁ ସୂଚନା ମିଳିଛି ।


