ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ସାନଖେମୁଣ୍ଡି (ପ‌ଦ୍ମଲୋଚନ ପାଣି‌ଗ୍ରାହୀ) :ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଏରେଣ୍ଡ୍ରା ଗ୍ରାମ ଦାସସାହିର ବଚନ ଦାସ (୩୨) ନାମକ ଯୁବକ ଗତକାଲି ସନ୍ଧ୍ୟାରେ ଗ୍ରାମ ଦେଇ ପ୍ରବାହିତ ଘୋଡାହାଡ଼ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ବେଳେ ଶୁକ୍ରବାର ସକାଳୁ ତାଙ୍କ ମୃତଦେହ ନଦୀପଠାର ଏକ ଘାସବୁଦାରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ଖବରପ୍ରକାରେ , ଗୁରୁବାର ସନ୍ଧ୍ୟାରେ ଗ୍ରାମର ବଚନ ନିକଟସ୍ଥ ଘୋଡାହଡ ନଦୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ବଚନଙ୍କ କୈାଣସି ସନ୍ଧାନ ପାଇନଥିଲେ । ପରବର୍ତ୍ତୀ ସମୟରେ ନଦୀତୁଠରେ ବଚନଙ୍କ ପିନ୍ଧିଥିବା ପ୍ୟାଣ୍ଟ୍ ଓ ସାର୍ଟ ଦେଖି ପରିବାର ଲୋକ ଗ୍ରାମବାସୀଙ୍କ ସହାୟତାରେ ଦିଗପହଣ୍ଡି ଦମକଳ ବାହିନୀଙ୍କୁ ରାତି ୯ ଟାରେ ଖବର ଦେଇଥିଲେ । ଖବରପାଇ ଦିଗପହଣ୍ଡି ଦମକଳ ବାହିନୀ ଅଫିସର ପ୍ରଫୁଲ୍ଲ କୁମାର ବେହେରାଙ୍କ ନେତୃତ୍ବରେ କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ପତ୍ତା ପାଇନଥିଲେ । ଏହାପରେ ସକାଳ ୬ ଘଣ୍ଟା ସମୟ ପରଠାରୁ ପୁଣିଥରେ କର୍ମୀମାନେ ଗଭୀର ଖାତରେ ପଶି ଖୋଜିବାପରେ ୧୦ ଟାରେ ଏରେଣ୍ଡ୍ରା – ଖଲିଙ୍ଗି ମଧ୍ୟରେ ଥିବା ଏକ ଘୋଡାହଡ ନଦୀର ବୁଦାଳିଆ ଘାସ ଭିତରୁ ଉଦ୍ଧାର କରି ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଉପସ୍ଥିତ ଡାକ୍ତର ବଚନଙ୍କୁ ମୃତ ଘୋଷଣା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ