ନବବିବାହିତାଙ୍କୁ ଆଶାକର୍ମୀ ଦେଲେ ନବଦମ୍ଫତ୍ତି କୀଟ
ଗଞ୍ଜାମ, (ବିନୋଦ ପଲାଇ):ଜାତୀୟ ସ୍ବାସ୍ଥ୍ୟ ମିଶନ ଆନୁକୂଲ୍ୟରେ ,ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ନବ ବିବାହିତା ମାନଙ୍କୁ ପ୍ରଦାନ କରାଯିବା ପାଇଁ ଅରମ୍ବ ହୋଇଥିବା ଗିଫ୍ଟ ” ନବ ଦମ୍ଫତ୍ତି କିଟ ” ଆଜି ଖଣ୍ଡଦେଉଳି ସିଏସସି ରେ ଅରମ୍ବ ହୋଇଛି। ଖଣ୍ଡଦେଉଳି ମେଡିକାଲ ଅଫିସର ଡାକ୍ତର ସୌମ୍ୟକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଆଜି ଖଣ୍ଡଦେଉଳି ସେକ୍ଟର ଆଶା କୁମୁଦିନି ପ୍ରଧାନ ବି.କାଇଁଚପୁର ଯାଇ ନବବିବାହିତାଙ୍କୁ ପପୁବାରିକ ଓ ପ୍ରିୟଙ୍କା ବାରିକଙ୍କୁ ‘ ନବ ଦମ୍ଫତ୍ତି କିଟ ‘ପ୍ରଦାନ କରିବା ସହ ତିନି ବର୍ଷ ବ୍ୟବଧାନରେ ଛୁଆ କରିବା ପାଇଁ ବୁଝାଇଥିଲେ ଆଶା ପ୍ରଧାନ । ଏହି କିଟରେ , ଦୁଇଟି ଟର୍କିସ ଟିକିଲି.,ନଖକଟା ,ଦର୍ପଣ , ଦୁଇଟି ରୁମାଲ, ଗର୍ଭନିରୋଧକ ବଟିକା, କଣ୍ଡମ ସହ ଗୋଟିଏ ସ୍ୱାସ୍ଥ୍ୟ , ପରିବାର ନିୟୋଜିତ ସମ୍ପର୍କିତ ପତ୍ରିକା ଥିବା କିଟ ସରକାରଙ୍କ ତରଫରୁ ପ୍ରଦାନ କରାଯାଇଛି।


