ଅଭାବ ଅନାଟନରରୁ ମହିଳାଙ୍କ ଶିଶୁବିକ୍ରୀ ଉଦ୍ୟମ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଅଭାବ ଅନାଟନ ଯେ ମଶିଷକୁ କେଉଁ ସ୍ତରକୁ ନେଇଯାଇ ପାରେ ତାହାର ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମନୋହରପୁର ଗ୍ରାମରେ । ଗାଁରେ ଦୀର୍ଘବର୍ଷ ହେଲା ରହୁଥିବା ମମତା ଦାସ ଅଭାବ ଅନାଟନର ଶୀକାର ହୋଇ ଏବେ ଜନ୍ମକଲା ୩ମାସର ଝିଅକୁ ବିକ୍ରୀ କରିବାକୁ ଉଦ୍ୟମ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପାଖରେ ଚାରି ୪ଟି ଛୁଆ ଥିବାବେଳେ ସେମାନଙ୍କ ମୁହଁରେ ଦାନା ଗଣ୍ଡିଏ ଦେବାକୁ ତାଙ୍କ ପାଖରେ କିଛି ବି ସମ୍ବଳ ନାହିଁ । ସରକାର ଭୋକିଲା ଲୋକମାନଙ୍କ ପାଇଁ ରେସନ ସାମଗ୍ରୀ ଯୋଗାଇ ଦେଉଥିବାବେଳେ ତାଙ୍କ ପାଖରେ ନାହିଁ ରାସନ କାର୍ଡ । ନିଜର ପରିଚୟ ଦେବାପାଇଁ ପାଖରେ ନାହିଁ ଆଧାରକାଡ କି ଭୋଟର କାର୍ଡ । ଏପରିକି ଏହି କାର୍ଡ ଗୁଡିକ କଣ ଓ କଣ କାମରେ ଲାଗିବ ସେ ସମ୍ପର୍କରେ ମଧ୍ୟ ସେ ଜାଣି ନାହାନ୍ତି । ଯାହାଦ୍ୱାରାକି ସେ ସରକାରଙ୍କ କୌଣସି ଯୋଜନାରେ ସେ କି ତାଙ୍କ ପରିବାର ଲୋକେ ସାମିଲ ହୋଇପାରି ନାହାନ୍ତି । ଘରଦ୍ୱାର ନଥିବାରୁ ଏବେ ସେ ପର ଦୁଆରେ ଛୁଆଙ୍କୁ ଧରି ମୁଣ୍ଡ ଗୁଞ୍ଜୁଛନ୍ତି । ଗତ ୭ମାସ ତଳେ ତାଙ୍କ ସ୍ୱାମୀ ସନ୍ତୋଷ ଦାସ ଓ ଶାଶୁ ଭିକ୍ଷା ମାଗିବାକୁ ଯାଇ ଏକ ସଙ୍ଗରେ ଅଂଶୁଘାତରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁ ବେଳର ସରକାରୀ ସହାୟତା ମଧ୍ୟ ତାଙ୍କୁ କିଛି ମିଳିଲା ନାହିଁ । ସେମାନେ ଗାଁ ଗାଁ ବୁଲି ଯାହା ମାଗଣକରି ଆଣନ୍ତି ସେଥିରେ ପରିବାରଟି ଚଳିଯାଏ । କିନ୍ତୁ ସେମାନଙ୍କ ମୃତ୍ୟୁପରେ ଏବେ ସମ୍ପୁର୍ଣ୍ଣର୍ ବେସହାରା ହୋଇପଡିଛି ମମତା । ଏପାିକି ସେ ଅନ୍ତସତ୍ୱା ôତବା ସମୟରେ କୁନି ଝିଅଟି ଗାଁ ଗାଁ ବୁଲି ଯାହା ଭାଗିକରି ଆଣନ୍ତି ସେଥିରେ ଓଳିଏ ଖାଇଲେ ଓଳିଏ ଉପବାସରେ କାଟନ୍ତି । ଦାରିଦ୍ର‌୍ୟର ତାଡନାରେ ସେ ଗତ କିଛିଦିନ ତଳେ ତାର ୧୦ବର୍ଷିୟ ବଡପୁଅକୁ ଜଣେ ଘୁସୁରିଆକୁ ଘୁସୁରୀ ଚରାଇବାକୁ ଦେଇଦେଇଥିବାବେଳେ ପାଖରେ ୭ବର୍ଷ, ୩ବର୍ଷ ଓ ତିନି ମାସର ଆଉ ଗୋଟିଏ ଏପରି ତିନୋଟି ଝିଅ । ତନ୍ମଧ୍ୟରୁ ଦୁଇଟି ଛୁଆ ସ୍କୁଲ ଯିବା ବୟସର ହୋଇଥିଲେ ବି ସେ ସ୍କୁଲ କଣ ଦେଖିଲେ ନାହିଁ । ଦୁଇଓଳି ଖାଇବାକୁ ନଥିବାବେଳେ ବାର ଦୁଆର ବୁଲି ଯାହା ପାଉଛନ୍ତି ସେହିଥିରେ ହିଁ ଚଳୁଛନ୍ତି । ରହିବାକୁ ଘର ଖଣ୍ଡିଏ ବି ନାହିଁ । ପୁର୍ବରୁ ଯେଉଁଠି ରହୁଥିଲେ ସେଠି ସ୍ୱାମୀଙ୍କ ମୃତ୍ୟୁପରେ ଅନ୍ୟଜଣେ ଜବରଦଖଲ କରି ରହିଗଲେ । ଏବେ ସେ ପର ଲୋକଙ୍କ ଘର ବାରଣ୍ଡାରେ ଆଶ୍ରୟ ନେଉଛନ୍ତି । ଅଭାବର ତାଡନା ତାଙ୍କୁ ଏପରି କରିପକାଇଛି ଯେ ସେ ବାଧ୍ୟହୋଇ ଆଜି ୩ମାସର ଶିଶୁକନ୍ୟାକୁ ବିକି ଦେବାକୁ ମନସ୍ଥ କରି ପରିବା ବେପାରୀ ଭଳି ଘର ଘର ବୁଲି ମୁଲଚାଲ କରୁଛନ୍ତି । ଏପରି ଖବର ଜାଣିବାପରେ ଆମେ ତୁରନ୍ତ ତାଙ୍କ ପାଖରେ ପହଞ୍ଚିବାପରେ ସେ ତାଙ୍କର ଦୁଖଃ କାହାଣି କହିବା ସହ କିପରି ଚଳିବି । ପାଖରେ ଏବେ ତିନୋଟି ଛୁଆ । ତେଣୁ ବାଧ୍ୟ ହୋଇ ଏହାକୁ ବିକ୍ରୀ କରିଦେବି ନଚେତ ମାରିଦେବି ବୋଲି କହିଥିଲା । ଏଖବର ଶୁଣି ଶାଳଣିଆଁ ଗ୍ରାମର ପୁର୍ବତନ ସମିତିସଭ୍ୟ ତଥା ସମାଜସେବୀ ବିରେନ୍ଦ୍ର କୁମାର ବିଶ୍ୱାଳ ସଙ୍ଗେ ସଙ୍ଗେ ତାଙ୍କୁ ଦୁଇ ହଜାର ଟଙ୍କାର ସାହାଯ୍ୟ ଯୋଗାଇ ଦେଇ ଏପରି ହୀନ ଉଦ୍ୟମରୁ ବର୍ତ୍ତିବା ପାଇଁ ମମତାକୁ ବୁଝାଇଥିଲେ । ଥିଲେ । ପରେ ପରେ ଚାଇଲଡଲାଇନ ସଦସ୍ୟ ନରେନ୍ଦ୍ର ପରିଡା ଓ ତାଙ୍କ ଟିମ ସେଠାରେ ପହଞ୍ଚି ଅନେକ ସମୟ ଧରି ତାକୁ ବୁଝା ସୁଝା କରିଛନ୍ତି । ଏ ସମ୍ପର୍କରେ ଉପଜିଲ୍ଲାପାଳଙ୍କୁ ଟେଲିଫୋନ ଯୋଗେ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ମୁଁ ଏବେ ଛୁଟିରେ ଅଛି, ଛୁଟିରୁ ଗଲେ କିପରି ଭାବେ ଉକ୍ତ ମହିଳା ଓ ତାଙ୍କ ଶିଶୁ ମାନଙ୍କୁ ସହାୟତା ଯୋଗାଇ ଦେଇହେବ ସେନେଇ ପଦକ୍ଷେପ ନେବି ବୋଲି କହିଛନ୍ତି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ଯେ ସରକାର ଯେଉଁସବୁ ଯୋଜନା ମାନ କରିଛନ୍ତି ତାହା କାହା ପାଇଁ । ଏପରି ଲୋକମାନେ ଯଦି ସରକାରୀ ସହାୟତାରୁ ବଞ୍ଚିତ ହେବେ ତେବେ ସେ ଯୋଜନା ଥାଇ ଲାଭବା କଣ । ପ୍ରଶାସନ ତୁରନ୍ତ ଏହି ମା ଓ ତାର ଶିଶୁ ମାନଙ୍କୁ ଥଇଥାନ କରିବାର ବ୍ୟବସ୍ଥା କରୁ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ