ନବ ଓଡ଼ିଶା ନିର୍ମାତା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ନିରାଡମ୍ବରରେ ପାଳିତ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମହାନ ସ୍ବାଧୀନତା ସଂଗ୍ରାମୀ, ଜନନାୟକ, ଶିଳ୍ପପତି,୩ଟି ଦେଶର ଲୋକପ୍ରିୟ ନେତା, କର୍ମବୀର, ଉତ୍କଳୀୟଙ୍କ ପ୍ରାତଃ ସ୍ମରଣୀୟ ବରପୁତ୍ର,ମହାନ ଯୋଦ୍ଧା,ମହାନ ଉତ୍କଳୀୟ ପ୍ରେମୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ତାଙ୍କର ପ୍ରିୟ ସ୍ଥାନ ରାଇରଙ୍ଗପୁରରେ ନିରାଡମ୍ବର ଭାବରେ ମୟୂରଭଂଜ ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ସାଂପ୍ରତିକ ପରିସ୍ଥିତିରେ ସମସ୍ତ ମାନବ ସମାଜକୁ ଅଦୃଶ୍ୟ ମହାମାରୀ ‘କରୋନା’କାବୁ କରିଛି । ତେଣୁ ଚାରିଆଡେ ଲକ୍ ଡାଉନ୍।ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ,ଘରୁ ନ ବାହାରିବା ଇତ୍ୟାଦିକୁ ଗୁରୁତ୍ବ ଦେବାକୁ ସରକାର ସମସ୍ତ ଜନତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ତଦସହ ରାଜ୍ୟ ବିଜୁଜନତା ଦଳ ସଂପାଦକ ତଥା ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ ଦାସବର୍ମା ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ନିରାଡମ୍ବରରେ ପାଳନ କରିବା ପାଇଁ ଦଳୀୟ କର୍ମୀଙ୍କୁ ଅନୁରୋଧ କରିଥିଲେ । ଏହାକୁ ଦୃଷ୍ଟିରେ ରଖି ଆଜି ରାଇରଙ୍ଗପୁର ବିଜୁପଟନାୟକଙ୍କ ଛକରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରାଯାଇ ଭକ୍ତିପୂତ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ,ବୁଲୁ ପଟ୍ଟନାୟକ,ଦିପ୍ତୀମାନ ବଳ, ଗଣେଶ ମିଶ୍ର,ଦିପକ ମିଶ୍ର,ବିକାଶ ମହାନ୍ତ, ଏବଂ ଅନ୍ୟ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ