ଓଡିଶା ସିମାରେ ପୋଲିସ ଉପରେ ଝାଡ଼ଖଣ୍ଡ ଦୁବୃର୍ତ୍ତଙ୍କ ମରଣାତ୍ମକ ଆକ୍ରମଣ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ମୟୂରଭଂଜ ଜିଲ୍ଲାର କରଂଜିଆ ପୋଲିସ ଉପଖଣ୍ଡ ଅଧିନସ୍ଥ ରରୁଆଁ ଥାନା ସିମାନ୍ତ ଭଂଜବେଡାସ୍ଥିତ ବେଣିସାଗର ଛକରେ ଲକ୍ ଡାଉନ୍ ପାଇଁ ଦୁଇ ମହିଳା କନେଷ୍ଟବଳ ଏବଂ ଦୁଇ ହୋମଗାର୍ଡ ଗୁରୁବାର ଦିନ ଲକ୍ ଡାଉନ୍ ଡ୍ୟୁଟି ନିର୍ଦ୍ଧୁମ ଖରାରେ କରୁଥିଲେ । ପଡୋଶୀ ଝାଡଖଣ୍ଡ ରାଜ୍ୟର ମଝିଗାଁ ଥାନା ଅନ୍ତର୍ଗତ କୁଳପୋଷୀ ଗ୍ରାମର ଜାହିର ଅନସାରୀ (୨୩) ଏବଂ ସେଠାରେ ଇରାନ(୫୫) ସାଇକେଲ ରେ ବେଣିସାଗର ଛକରେ ଦେଇ ରରୁଆଁ ବଜାରକୁ ଆସୁଥିଲେ ।ସେମାନେ ମାସ୍କ ପିନ୍ଧି ନ ଥିଲେ ।କରୋନା ପାଇଁ ସାରା ମାନବ ସମାଜ ଥରହର । ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତଙ୍କୁ ମାସ୍କ, ସାମାଜିକ ଦୂରତା ଏବଂ ବିନା କାମରେ ଘରୁ ନ ବାହାରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।ଦେଶ ରକ୍ଷକ ପୋଲିସ ବାହିନୀ ସେଥିପାଇଁ ସମସ୍ତଙ୍କୁ ସଚେତନ‌ ଓ ଅମାନିଆଙ୍କୁ ତାଗିଦ୍ କରୁଛନ୍ତି । ତେଣୁ ଓଡ଼ିଶା ସିମାରେ କାର୍ଯ୍ୟରତ ଦୁଇ ମହିଳା କନେଷ୍ଟବଳ ଏବଂ ହୋମଗାର୍ଡ ସେମାନଙ୍କୁ ମାସ୍କ ନ ପିନ୍ଧି ଥିବାରୁ ଓଡ଼ିଶା ସିମା ପ୍ରବେଶ ବାରଣ କରିଥିଲେ । ବାରଣକୁ ନେଇ ସେମାନେ ପୋଲିସଙ୍କ ସହିତ ଯୁକ୍ତିତର୍କ ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଗାଁ କୁ ଫେରି ଯାଇଥିଲେ । ସେଠାରେ ସେମାନେ ତାଙ୍କର ସଂଖ୍ୟାଲଘୁ ଭାଇମାନଙ୍କୁ ଉତ୍ତେଜିତ କରାଇଥିଲେଲା ୧୦ ଟି ବାଇକରେ ୨୦ ଜଣ ଦୁର୍ଦ୍ଦାନ୍ତ ସଂଖ୍ୟାଲଘୁ ଯୁବକ ମାରଣାସ୍ତ୍ର ଧରି ବେଣିସାଗର ଛକରେ ପହଞ୍ଚି ପୋଲିସଙ୍କ ଠାରୁ ଲାଠି ଛଡ଼ାଇ, ବସିଥିବା ଚେୟାର ଭାଙ୍ଗି ମରଣାତ୍ମକ ଆକ୍ରମଣ କରି ନିମିଷେ ମଧ୍ୟରେ ଖସି ପଳାଇଥିଲେ ।ଖବର ପାଇ ରରୁଆଁ ଥାନା ଅଧିକାରୀଣୀ ଓ ଦିବ୍ଯାକ୍ରାନ୍ତି ଲାକ୍ରା ଆହତଙ୍କୁ ନେଇ ରରୁଆଁ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ।ପରେ ଏସଡିପିଓ ନାରାୟଣ ନାୟକ ଘଟଣାସ୍ଥଳରେ ପହଂଚି ଛାନଭିନ କରିଥିଲେ । ଏଥିନେଇ ଆକ୍ରମଣକାରିଙ୍କ ବିରୋଧରେ ୨୯/୨୦ ମାମଲା ରୁଜୁ ହୋଇଥିଲା । ପୋଲିସ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଝାଡ଼ଖଣ୍ଡ ‌ ପୋଲିସ ସହାୟତାରେ ଅନ୍ୟ ମାନଙ୍କୁ ଖୋଜୁଛି ବିବାର।ଘଟଣାପରେ ମୟୂରଭଂଜ ଜିଲ୍ଲାର ସିମା ଗୁଡିକୁ ପୋଲିସ ସିଲ୍ କରିବାକୁ ସହ ତିକ୍ଷଣ ନଜର ରଖିଛି । ଦେଶ ରକ୍ଷକ ପୋଲିସ ଏବଂ ଜୀବନ ରକ୍ଷକ ଡାକ୍ତର ଉପରେ ଭାରତର ବିଭିନ୍ନ ପ୍ରାନ୍ତରେ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଅସାମାଜିକ ଲୋକେ ଅଯଥାରେ ଆକ୍ରମଣ କରୁଛନ୍ତି ।ଏଠି ମଧ୍ୟ ସେଭଳି ଘଟଣା ଘଟିଛି । ଏହି ଏହାକୁ ନେଇ ପୋଲିସ ଆକ୍ରମଣ କାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ