ନବ ବଧୁକୁ ହତ୍ୟା ଅଭିଯୋଗ, ତିନି ଅଟକ
ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ପୋଡାଗଡ ଗ୍ରାମରେ ବାହାଘର ଚାରିମାସ ନବିତୁଣୁ ଏକ ନବବଧୂକୁ ହତ୍ୟାଅଭିଯୋଗ ଆଣି ରମ୍ଭା ଥାନାରେ ଏତଲା ଦେଇଛନ୍ତି ମୃତ୍ୟୁଝିଅର ବାପାଘର ଲୋକେ। ଅନ୍ୟପଟେ ମୃତ୍ୟୁକ ର ସ୍ୱାମୀ, ଶଶୁର ଓ ଶାଶୁକୁ ଅଟକ ରଖିଛି ପୋଲିସ
ଗଞ୍ଜମ ବ୍ଳକ ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ସାତୁଳି ଗ୍ରାମର ବନମାଳି ବାରିକଙ୍କ ଝିଅ ଜ୍ୟୋତି ଚଳିତବର୍ଷ ଅପ୍ରେଲ ମାସ ଏକ ତାରିଖରେ ବିଧିବଦ୍ଧ ଭାବେ ,ରାମଗଡ଼ ପଞ୍ଚାୟତର ପୋଡ଼ାଗଡ଼ ଗ୍ରାମର ପବନା ପ୍ରଧାନଙ୍କ ପୁଅ ପିଣ୍ଟୁକୁ ଗ ବାହାହୋଇଥିଲା।।ଵିଵାହର ପାଞ୍ଚଦିନ ପରେ ନିର୍ଯ୍ୟାତନା ଆରମ୍ଭ ହୋଇଥିବା ବେକେ ପୁଅ ଅନ୍ୟ ରାଜ୍ୟକୁ କାମ କରିବାକୁ ଚାଲିଯାଇଥିଲା। ପରେ ବୋହୁ ଜ୍ୟୋତି ନିର୍ଯ୍ୟାତନା ସହିନପାରି ନିଜ ବାପ ଘରକୁ ଚାଲିଯାଅଥିଲା। ପରେ ଶଶୁର ଘର ଲୋକେ ଡାକିବାରୁ ଚଳିତ ମାସ ଏକ ତାରିଖରେ ଆସିଥିକ ବୋହୁ ଶଶୁରଘର ଗ୍ରାମକୁ। ସେଦିନ ମଧ୍ୟ ସ୍ୱାମୀ ପିଣ୍ଟୁ ନିଜ ଘରକୁ ଅସିଥିଲେ। ଗତକାଲି ସନ୍ଧ୍ୟାରେ ଜ୍ୟୋତିଙ୍କ ବାପ ଘରକୁ ଏକ ଫୋନ ଆସିଲା ଝିଅ ମରିଯାଇଛି , ବ୍ରହ୍ମପୁର ମେଡ଼ିକାଲ କୁ ଆସ ବୋଲି। ଏନେଇ ଝିଅର ବାପା ରମ୍ଭା ଥାନାରେ ଲିଖିତ ଭାବେ ହତ୍ୟା ଅଭିଯୋଗ ଆଣିଛନ୍ତି। ଖବର ପାଇ ରମ୍ଭା ଭାରପ୍ରାପ୍ତ ଆଇଆଇସି ବିମଳ କହଁର, ହୁମ୍ମାଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ବ୍ରହ୍ମପୁର ମେଡିକାଲରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପରେ ଗ୍ରାମକୁ ଆସି ତଦନ୍ତ କରିବା ସହ ସ୍ବାମି, ଶଶୁର ଓ ଶାଶୁକୁ ଅଟକ ରଖିଛନ୍ତି। ଆଜି ସନ୍ଧ୍ୟାରେ ଶଶୁରଘର ଗ୍ରାମରେ ଶବ ସତ୍କାର କରାଯାଇଥିଲା। ଏହି ସମୟରେ ଛତ୍ରପୁର ଏସଡିପିଓ , ଉପସ୍ଥିତ ଥିଲେ। ପରେ ବୋହୁ ଆଣିଥିବା ବିଭିନ୍ନ ସାମଗ୍ରୀ ତାଙ୍କ ବାପାଙ୍କ ଘର ଲୋକକୁ ହସ୍ତାନ୍ତର କରାଯାଇଥିଲା।


