ନଭେମ୍ବର ୧୪ରୁ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ): ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୧୯’ ସମାରାହ ନଭେମ୍ବର ୧୪ ତାରିଖରୁ ଆରମ୍ଭ ହେଉଛି । ତଦନୁଯାୟୀ ୧୪ରୁ ୧୬ ଯାଏଁ ୩ଦିନ ବ୍ୟାପୀ ଏହି ଉତ୍ସବ ୟୁନିଟ-୯ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହେବ । ଏହି ସମାରୋହରେ ବିଦ୍ୟାଳୟ ଓ ଗଣଶିକ୍ଷା, ବାଚସ୍ପତି, କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ଓ ଉଚ୍ଚ ଶିକ୍ଷା , ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ, ସ୍ଥାନୀୟ ବିଧାୟକ, ବିଭାଗୀୟ କମିଶନର ତଥା ଶାସନ ସଚିବ, ୟୁନିସେଫର ରାଜ୍ୟ ପ୍ରତିନିଧି ପ୍ରମୁଖ ବିଭିନ୍ନ ଦିବସରେ ଅତିଥି ଭାବେ ଯୋଗଦାନ କରିବାର କାର‌୍ୟ୍ୟକ୍ରମ ରହିଛି । ଏହାଛଡା ସ୍ୱଚ୍ଛ ବିଦ୍ୟାଳୟ, ପରିବେଶ ସୁରକ୍ଷା, ଶ୍ରୁତଲିଖ ଏବଂ ହସ୍ତାକ୍ଷଣ ବକ୍ତତା, ରଚନା, ଚିତ୍ରକଳା, ବତର୍କ ପ୍ରତିଯାଗିତା କରାଯିବ । ଏଥିସହ ବର୍ଜ୍ୟବସ୍ତୁର ବ୍ୟବହାର, ବିଜ୍ଞାନ, କୌତୁକ କର୍ମଶାଳା, ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟ ପ୍ରଦର୍ଶନୀର ଅୟାଜନ କରାଯାଇଛି । ଏହି ଅବସରରେ ସମସ୍ତ ୩୦ଟି ଜିଲ୍ଲାର ପ୍ରାଥମିକ ଓ ମାଧ୍ୟମିକସ୍ତରୀୟ ଶିକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସ୍ତରରେ ବକ୍ତୃତା, କୁଇଜ ଓ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଛି । ଏଥିରେ ଅଂଶଗ୍ରହଣ କରିବା ଲାଗି ପ୍ରତ୍ୟେକ ଶିକ୍ଷାମଣ୍ଡଳରୁ ପ୍ରତିବିଭାଗ ପାଇଁ ଶ୍ରେଷ୍ଠ ଶିକ୍ଷାର୍ଥୀଙ୍କୁ ମଣ୍ଡଳସ୍ତରରେ ସମ୍ପୃକ୍ତ ଶିକ୍ଷା ପରିଦର୍ଶକ ମନାନୀତ କରି ପ୍ରାୟ ୩ହଜାର ଶିକ୍ଷାର୍ଥୀଙ୍କୁ ରାଜ୍ୟସ୍ତରକୁ ପଠାଇଛନ୍ତି । ଅନୁରୁପ ଭାବେ ପ୍ରତି ରାଜସ୍ୱ ଜିଲ୍ଲାସ୍ତରରେ ମଧ୍ୟ ଏହି ଉପଲକ୍ଷେ ଶିଶୁମେଳା ଆଦି ବିଭିନ୍ନ କାର‌୍ୟ୍ୟକ୍ରମ କରାଯାଇ ଶିକ୍ଷାର୍ଥୀମାନଙ୍କୁ ଶିଶୁ ମହୋତ୍ସବ ସୁରଭି ୨୦୧୯ରେ ସାମିଲ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ