ବାଲିଯାତ୍ରାରେ କଟକ ଗଳିକନ୍ଦିରେ ବୁଲିବ “ମୋ ରିକ୍ସା’
କଟକ, (ଯୁଗାବ୍ଦ ନ୍ୟୁଜ) : ଏଥର ବାଲିଯାତ୍ରା ସମୟରେ କଟକରେ ବୁଲିବ “ମୋ ରିକ୍ସା’ । ପ୍ରଦୂଷଣ ହ୍ରାସ କରିବା ଓ ରିକ୍ସା ଚାଳକଙ୍କ ରୋଜଗାରକୁ ବଢ଼ାଇବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଇଛି । ୫ଶହରୁ ଅଧିକ ରିକ୍ସା ଚାଳକଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରିବା ସହ ଆସନ୍ତାକାଳଇ ଠାରୁ ଆରମ୍ଭ ହେଉଥିବା ବାଲିଯାତ୍ରାରେ ଯାତ୍ରୀଙ୍କୁ ଉତ୍ତମ ସେବା ଯାଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ତେଣୁ ଏଥର ବାଲିଯାତ୍ରାରେ ବୁଲିବ ରିକ୍ସା । କଟକସହରର ଗଳି କନ୍ଦିରେ ରିକ୍ସାର ସବୁବେଳେ ଆଦର ରହି ଆସିଛି । ତେଣୁ ଏଥର ବାଲିଯାତ୍ରାରେ ମୋ ରିକ୍ସା ଯୋଜନାରେ ଶତାଧିକ ରିକ୍ସା ଏକାଠି ହୋଇଛନ୍ତି । ମାଗଣାରେ ରିକ୍ସାଚାଳକଙ୍କ ବ୍ଲଡ଼ ଗ୍ରୁପ, ପରିଚୟ ପତ୍ର ଓ ଟିସର୍ଟ ଯୋଗାଇ ଦିଆଯାଇ ସହର ପରିକ୍ରମା କରାଯାଇଛି । ଏଭଳି ଯୋଜନାରେ ସାମିଲ ହାଇଥିବା ରିକ୍ସା ଚାଳକ ମଧ୍ୟ କହିଛନ୍ତି ଆଗରୁ ମଧ୍ୟ ଆମେ ରୋଜଗାର କରୁଥିଲୁ । ବସଷ୍ଟାଣ୍ଡ ଓ ଷ୍ଟେସନ ଭଳି ସ୍ଥାନରେ କେହି କେହି ଲୋକେ ଆମ ସହ ଯିବାକୁ ସନ୍ଦେହ ମଧ୍ୟ କରୁଥିଲେ ହେଲେ ଏବେ କିନ୍ତୁ ଏହି ପରିଚୟପତ୍ର ଓ ଟିସାର୍ଟ ପାଇବା ପରେ ଲୋକେ ଆମକୁ ଆଉ ସନ୍ଦେହ ନ କରି ଆମ ସହ ଯିବାକୁ ଚାହିଁବେ । ଅନ୍ୟପଟେ ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚି ଥିବା ବେଳେ ଏଥର ‘ମୋ ରିକ୍ସା’ ମାନିଆ ମୁଣ୍ଡରେ ଚଢ଼ିଥିବାବେଳେ ଦଲେର୍ ମେହେନ୍ଦି ଓ କେକେଙ୍କ ଭଳି ବଲିଉଡ କଳାକାରଙ୍କ ଆଗମନ ବାଲିଯାତ୍ରାର ଆକର୍ଷଣକୁ ଦୁଇ ଗୁଣିତ କରିବ ବାଲି ଆଶାରହିଛି ।


