ନାଗରିକ ମଞ୍ଚ ପୁନର୍ଗଠନ ପାଇଁ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ସହର ଠାରେ ଥିବା ବଂଶଧାରା ପାଠାଗାର ପରିସରରେ କାଶୀନଗର ନାଗରିକ ମଞ୍ଚର ପୁନର୍ଗଠନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି କବି ପ୍ରଶାନ୍ତ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ କେ. ରାମାରାଓ ବିବରଣୀ ପାଠ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସହ-ସମ୍ପାଦକ ମୁନିକୋଟି ଶ୍ରୀନିବାସ ରାଓ, ଉପଦେଷ୍ଟା ହୃଷିକେଶ ଗୌଡ ସମସ୍ତ କାର୍ଯ୍ୟକାରୀ କମିଟି ସଦସ୍ୟ ସଦସ୍ୟା, ଉପସ୍ଥିତ ସଚେତନ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ଆଲୋଚନାରେ ଭାଗ ନେଇଥିଲେ । ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, ଆଗାମୀ ଫେବୃଆରି ୨୪ ପୂର୍ବାହ୍ନରେ ଗଜପତି ପାଠାଗାର ସଭାଗୃହରେ ମଞ୍ଚର ପୁନର୍ଗଠନ ସମାବେଶ ଅନୁଷ୍ଠିତ ହେବ । କାଶୀନଗର ବ୍ଲକ ଓ ଏନ୍ଏସିର ନାଗରିକମାନଙ୍କ ମତାନୁସାରେ ମଞ୍ଚ ପାଇଁ ନୂଆ କର୍ମକରତର୍ତ୍ତା ସେ ଅବସରରେ ନିର୍ବ।।ଚିତ ହେବେ । ଯୁବପିଢି ନାଗରିକ ମଞ୍ଚର ନେତୃତ୍ୱ ଓ ଦାୟିତ୍ୱ ନେଲେ ଭଲ ହେବ ବୋଲି ସଭାପତି ମତ ଦେଇଥିଲେ । ଏନ୍ଏସିର ପୂର୍ବତନ ଅଧ୍ୟକ୍ଷା ଏମ୍. ସୁଧାରାଣୀ ବୈଠକରେ ଯୋଗ ଦେଇ କହିଥିଲେ ଯେ, ଷ୍ଟେଟ ବ୍ୟାଙ୍କ ଛକକୁ ଅବଦୁଲ କାଲାମଙ୍କ ନାମରେ ନାମିତ କରି ସେଠାରେ ଥିବ। । ରୋଡ୍ ଆଇଲାଣ୍ଡ ପରିସରରେ କାଲାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଆଗରୁ ଏନ୍ଏସିରେ ପ୍ରସ୍ତାବ ପାରିତ ହୋଇ ସାରିଛି । ନିକଟ ଭବିଷୟତରେ ସେଠାରେ ପ୍ରତିମୂର୍ତ୍ତି ସ୍ଥାପିତ ହେବ । ତେଣୁ ଉକ୍ତ ରୋଡ ଆଇଲାଣ୍ଡର ସୌନ୍ଦର୍ଯ୍ୟକରଣ କାମ ଯେତିକି ହୋଇଛି ସେତିକିରେ ସ୍ଥଗିତ ରଖିବାକୁ ସଂପୃକ୍ତ କର୍ତ୍ତୃପକ୍ଷଙ୍କୁ ନାଗରିକ ମଞ୍ଚ ଆବଗତ କରୁ । ନଚେତ ପ୍ରତିମୂର୍ତ୍ତି ସ୍ଥାପନରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ସେ ଜଣାଇଥିଲେ । ମଞ୍ଚ ତରଫରୁ ତାଙ୍କ ଅନରୋଧକୁ ଗ୍ରହଣ କରାଯାଇ ଏନ୍ଏସି ସହ ଆଲୋଚନା ସକାଶେ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହାଛଡା ସର୍ବ ସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା ଯେ, ନୂଆ ବସ୍ଷ୍ଟାଣ୍ଡ ନିର୍ମାଣ, ପଟେଲ୍ ରୋଡ୍ର ଦୁଇ ପାଶ୍ୱର୍ରୁ ଜବରଦଘଲ ଉଚ୍ଛେଦ, ଗୃହ ନିର୍ମାଣ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର ଓ ସାପ କାମଡା ଇଂଜେକ୍ସନ ମହଜୁଦ ରଖିବା ସହ ସେଠାରେ ଖାଲି ପଡିଥିବା ସମସ୍ତ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ, ମାଛ ମାଂସ ଓ ତେଜରାତି ଦୋକାନ ଆଗରେ ବାଧ୍ୟତାମୂଳକ ଭାବେ ଦର ତାଲିକା ଝୁଲାଇବା, ବାରାଣାସୀ ସରକାରୀ ହାଇସ୍କୁଲର ଭାଙ୍ଗିଯାଇଥିବା ମୁଖ୍ୟ ଫାଟକର ନାମଫଳକ ସହ ପୁନଃ ନିର୍ମାଣ, ଓଡିଶ। । ସରକାରଙ୍କ ଆଇନ ଅନୁଯାୟୀ ଓଡିଆରେ ଲେଖିବା ସହ ତେଲୁଗୁ ଭାଷ।।ଭାଷୀ ଲୋକ ବହୁ ସଂଖ୍ୟାରେ ବସବାସ କରୁଥିବାର ଦ୍ୱିତୀୟ ଧାଡି ତେଲୁଗୁ ଓ ତୃତୀୟ ଧାଡି ଇଂରାଜିରେ ଲେଖିବା, ପାର୍କିଙ୍ଗ ସ୍ପେଶ୍ ଚିହ୍ନଟ ଓ ୁ ବାରାଣାସୀ ସରକାରୀ ହାଇସ୍କୁଲ ଆଗରେ ଥିବା ପୋଖରୀର ସୌନ୍ଦର୍ଯ୍ୟକରଣ କାମରେ ଦୁର୍ନୀତି ଅଭିଯୋଗର ତଦନ୍ତ ପ୍ରଭୃତି ଦାବୀ ସମ୍ବଳିତ ଏକ ପତ୍ର ବିଡିଓ ବା ତହସିଲଦାରଙ୍କ ଜରିଆରେ ଗଜପତି ଜିଲ୍ଲ।ପାଳଙ୍କୁ ଦିଆଯିବ । ଶେଷରେ ସୁଜନ କୁମାର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


