ବିଜେଡି କମିଟି କାର୍ଯ୍ୟାଳୟ ଉଦ୍ଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ତ୍ରିସ୍ତରୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଇଁ ସମସ୍ତ ରାଜନୈତିକ ଦଳ ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ରାୟଗଡ଼ ବ୍ଲକ୍ ବିଜେଡ଼ି ତତ୍ପରତା ଦେଖାଇଛି । ଦିନ ପୁର୍ବତନ ଅଧ୍ୟକ୍ଷ ଅନ୍ତୟ|ମି ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାୟଗଡ଼ ଠାରେ କରାଯାଇଥିବା କମିଟି କାଯ୍ୟାଲୟ ଉଦ୍ଘାଟିତ କରିଛନ୍ତି । ଏହି ଅବସରେ ପୁର୍ବତନ ଅଧ୍ୟକ୍ଷ ଶ୍ରୀ ଗମାଙ୍ଗ କମୀମାନଙ୍କୁ ଲୋକଙ୍କର ନିକଟତର ହୋଇ ରାୟଗଡ଼ ଜିଲ୍ଲା ପରିଷଦର ୧୩ ନମ୍ବର ଯୋନର ବିଜେଡ଼ି ପ୍ରାର୍ଥୀନୀ ଗୌତମ ଜାନୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିବାର ଗୁରୁମନ୍ତ୍ର ଦେଇଛନ୍ତି । ଉକ୍ତ କାଯ୍ୟକ୍ରମରେ ରାୟଗଡ଼ ବ୍ଲକ୍ ବିଜେଡ଼ିର ଅନେକ କର୍ମୀ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପୂର୍ଣ୍ଣବାସି, ପୂର୍ବତନ ରାୟଗଡ଼ ବ୍ଲକ୍ ଅଧ୍ୟକ୍ଷ ଧନେଶ୍ଵର ଭୂୟାଁ, ଜିଲ୍ଲା ପରିଷଦ ପ୍ରାଥିନି ଗୌତମୀ ଜାନୀ, ଜ୍ଞାନ ଜେନା, N.k. ବର୍ଦ୍ଧନ, ପ୍ରଦୀପ ସାହୁ, ନିରଦ ମିସାଲ , ନୀରଦ ବର୍ଦ୍ଧନ, ଅବନୀ ପଟନାୟକ ଙ୍କ ସହିତ ଅନେକ କର୍ମୀ ଉପସ୍ଥିତ ଦେଖିବାକୁ ମିଳିଥିଲା ।


