ନାଗରିକ ସଂଶୋଧନ ଆଇନ୍ କୁ ବିଜେପି ର ସାମ୍ବାଦିକ ସମ୍ମିଳନୀ
ବ୍ରହ୍ମପୁର, (ଯୁଗାବ୍ଦନ୍ୟୁଜ)- ନାଗରିକ ସଂଶୋଧନ ଆଇନ୍ ସଂମ୍ପର୍କରେ ଜନସାଧରଣଙ୍କୁ ସଚେତନତା କରିବା ପାଇଁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସୋମବାର ସମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ଏହି ସମ୍ମିଳନୀରେ ନୂତନ ଜିଲ୍ଲା ସଭାପତି ବିଭୁତି ଭୂଷଣ ଜେନା ଙ୍କ ସହ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ପତି ବିଜେପିର ବରିଷ୍ଠ ନେତା ସୁବାଷ ସାହୁ ଯୋଗ ଦେଇ କହିଥିଲେ ଯେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଣିଥିବା ନାଗରିକ ସଂଶୋଧନ ଆଇନ୍ ରେ କୌଣସି ଭାରତୀୟ ଭୟଭିତ ହେବାର ଆବଶ୍ୟକତା ନାହିଁ । ଏଥି ସହିତ ଏହି ଆଇନ ଦ୍ୱାରା ପାକିସ୍ଥାନ, ବାଙ୍ଗାଲାଦେଶ,ଆଫଗାନିସ୍ତାନରେ ଧାର୍ମିକ ଉପ୍ତିଡନର ଶିକାର ହୋଇ ସେଠାରେ ବିସ୍ଥାପିତ ହୋଇଥିବା ହିନ୍ଦୁ,ବୌନ୍ଧ,ଶିଖ,ଜୈନ,ପାର୍ସୀ, ଖ୍ରୀଷ୍ଟିୟାନମାନଙ୍କୁ ଭାରତର ନାଗରିକତା ଦିଆଯିବାର ପ୍ରବଧାନ ରହିଛି । ଏହା ସମ୍ବିଧାନର ଧାରା ୧୪ କୁ ଉଲ୍ଲଘଂନ କରୁନଥିବା କହିଥିଲେ । ଯାହା ସମ୍ବାଧାନରେ ନାଗରିକ ସର୍ମ୍ପକରେ ଉଲ୍ଲେଖ ଅଛି । ଏହି ଆଇନ୍ କୁ ନେଇ ସାରା ଓଡିଶାରେ ଏକ ମାସ ଧରି ଜନଜାଗରଣ ଯାତ୍ରା ଆରମ୍ଭ ହୋଇଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ ।


