ନାଗରିକ ସଚେତନ ମଞ୍ଚ ତରଫରୁ ଜିଲ୍ଲାପାଳଙ୍କୁ ଅନୁରୋଧ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ସମ୍ପଦ ବିଭାଗର ଖାମଖିଆଲି ନୀତି ଓ ଭୁଲ ଡିଜାଇନ୍ ଯୋଗୁଁ ଚଳିତ ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ସ୍ଥାନରେ କୂତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବ୍ରହ୍ମପୁର, କୁକୁଡ଼ାଖଣ୍ଡି, ହିଞ୍ଜିଳି କାଟୁ, ପିତ୍ତଳ, ଆସ୍କା ଅଞ୍ଚଳ ରେ ଦିନେ ଦୁଇଦିନ ବର୍ଷା ରେ ଜମିର ପାଣି ନିଷ୍କାସନ ନହୋଇ ଜାତୀୟ ରାଜପଥ ଉପରେ ପାଣି ଚାଲୁଛି. ବେଳେ ବେଳେ ରାସ୍ତା ବନ୍ଦ ହୋଇ ଘଣ୍ଟା ଘଣ୍ଟା ଧରି ଲୋକ ହଇରାଣ ହେଉଛନ୍ତି. ଏହାର କାରଣ ହେଉଛି ଆମ ଜମି ପାଇଁ ଥିବା କେନାଲ କୁ ଛୋଟ ଛୋଟ ନାଳ ରେ ପରିଣତ କରାଗଲା ଏବଂ କେନାଲ ପାଇଁ ଅଧିଗ୍ରହଣ ହୋଇଥିବା ହିଡରେ ଲୋକେ ଜବର ଦଖଲ କରିବା ପାଇଁ ସୁଯୋଗ ଦିଆଗଲା| ଯଦ୍ୱାରା ଯେତିକି ବର୍ଷା ହେଉଛି ତାର ପାଣିକୁ କେନାଲ ନେଇ ନପାରି ଅମଡ଼ା ଆସି ଜାତୀୟ ରାଜପଥ, ରାଜ୍ୟ ରାଜପଥ କୁ ଅବରୋଧ କରୁଛି| ତେଣୁ ଆଦରଣୀୟ ଜିଲ୍ଲାପାଳ ଙ୍କୁ ଅନୁରୋଧ ଏହାର ଡିଜାଇନକୁ ପରିବର୍ତ୍ତନ କରିବା ଏବଂ ଠିକାଦାରଙ୍କ ପ୍ଲାନ୍ ରେ କାମ ନକରି ଇଞ୍ଜିନିୟର ମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କାମ ହେଉ | ତାହେଲେ ଏହି କୂତ୍ରିମ ବନ୍ୟା ରୁ ରକ୍ଷା ମିଳିବ ବୋଲି ଆବାହକ ଶରତ ଚନ୍ଦ୍ର ସାବତ ଙ୍କ ସମେତ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ