୧୫ଲିଟର ଆସ୍କା ଫର୍ଟି ଜବତ; ଜଣେ ଗିରଫ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କେନ୍ଦୁଆପଦା ଫାଣ୍ଡି ଅଧିନ ଗୁହାଳିପୋଲ ଛକ ଠାରୁ ପୋଲିସ ଜଣେ ବ୍ୟକ୍ତିଙ୍କ ଠାରୁ ୧୫ଲିଟର ଆସ୍କା ଫର୍ଟି ଜବତ କରିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ପ୍ରକାଶ ଯେ, ସୋମବାର ରାତି ୧୧ଟା ୪୫ ବେଳେ ଆର.ଏନ୍‌.ବେତଡା ଗ୍ରାମର ପଶୁ୍‌ର୍ରାମ ଜେନା ଏକ ମଟର ସାଇକେଲ ଯୋଗେ ଭଣ୍ଡାରିପୋଖରୀ ଅଞ୍ଚଳରୁ ୭୫ ବୋତଲ(୧୫ଲି) ଆସ୍କା ଫର୍ଟି ନେଇ ଯାଉଥିବା ବେଳେ ପୋଲିସ ପେଟ୍ରୋଲିଂ ବେଳେ ଧରାପଡିଥିଲେ । ଏନେଇ ମଙ୍ଗଳବାର ଭଦ୍ରକ ଗ୍ରାମାଞ୍ଚଳ ଥାନାରେ କେସ ନଂ-୫୯୫ ମୂଳେ ଅବକାରୀ ଆଇନରେ ଏକ ମାମଲା ରୁଜ୍ଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ