ନାବାଳିକା ଅପହୃତ ;ଥାନାରେ ଏତଲା
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ନାବାଳିକା ଙ୍କୁ କେହି ଦୁର୍ବୃତ୍ତ ଅପହରଣ କରିନେଇଥିବା ଜଣାପଡିଛି।ନାବାଳିକା ଜଣକ ଡେଙ୍ଗାଓସ୍ତା ଗ୍ରାମର ଏକ ଗାରମେଣ୍ଟ ଦୋକାନ କୁ ଡ୍ରେସ କିଣିବାକୁ ଯାଇଥିବା ବେଳେ ତାଙ୍କୁ ବଳପୂର୍ବକ ଅପହରଣ କରାଯାଇଥିବା ନେଇ ନାବାଳିକା ଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଥାନା ଆଇ ଆଇ ସି ଦୀପ୍ତି ରଞ୍ଜନ ବେହେରା ଥାନା ମାମଲା ନଂ. ୪୧୩/୨୨ ଦଫା – ୩୬୩ ଆଇ ପି ସି ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି।ପୋଲିସ ଟିମ୍ ବିଭିନ୍ନ ସନ୍ଦିଗ୍ଧ ଅଞ୍ଚଳରେ ଚଢାଉ କରିଥିଲେ ମଧ୍ୟ ନାବାଳିକା ଙ୍କ ସନ୍ଧାନ ମିଳିପାରିନାହିଁ।


