ନାଲକୋର ନୂତନ ନିର୍ଦ୍ଦେଶକଙ୍କ ଦାୟିତ୍ବ ଗ୍ରହଣ

ଭୁବନେଶ୍ୱର : ଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନବରତ୍ନ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ (ନାଲକୋ)ର ନୂତନ ନିର୍ଦ୍ଦେଶକ (ମାନବସମ୍ବଳ) ଭାବେ ରାଧାଶ୍ୟାମ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିପୂର୍ବରୁ ସେ ସେଣ୍ଟ୍ରାଲ୍ କୋଲଫଲଡସ୍ ଲିମିଟେଡରେ ନିର୍ଦ୍ଦେଶକ (ପର୍ସୋନେଲ୍) ଭାବେ ଅବସ୍ଥାପିତ ଥିଲେ । ଶ୍ରୀ ମହାପାତ୍ରଙ୍କର ଶକ୍ତି, ତୈଳ ଓ କୋଇଲା କ୍ଷେତ୍ରରେ ବିଭିନ୍ନ କ୍ଷମତାରେ କାର୍ଯ୍ୟ କରିବାର ସମୃଦ୍ଧ ଅଭିଜ୍ଞତା ରହିଛି । ସେ ସଫଳତାର ସହ ବିବିଧ ଓ ଉଚ୍ଚପଦସ୍ଥ ଦାୟିତ୍ୱ ନିର୍ବାହ କରିଆସିଛନ୍ତି । ବ୍ରହ୍ମପୁରସ୍ଥ ଖଲ୍ଲିକୋଟ ମହାବିଦ୍ୟାଳୟରୁ ପଦାର୍ଥବିଜ୍ଞାନରେ ସ୍ନାତକ ଶିକ୍ଷା ଲାଭ ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ସ ଏବଂ ଲେବର୍ ୱେଲ୍ଫେୟାର୍ ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ଲାଭ କରିଛନ୍ତି । ମାନବସମ୍ବଳ ସମ୍ବନ୍ଧୀୟ ବିଭିନ୍ନ କ୍ଷେତ୍ରରେ ଶ୍ରୀ ମହାପାତ୍ର କାର୍ଯ୍ୟ କରିଛନ୍ତି । ଏନ୍ଏଚପିସି, ଇଞ୍ଜିନିୟର୍ସ୍ ଇଣ୍ଡିଆ ଲିମିଟେଡ୍ ଏବଂ କୋଲ୍ ଇଣ୍ଡିଆ ଲିମିଟେଡ୍‌ରେ ନିଜର କାର୍ଯ୍ୟକାଳ ସମୟରେ ସେ ଦଳବଦ୍ଧ କାର୍ଯ୍ୟ ମାଧ୍ୟମରେ ଉତ୍ପାଦକୀୟ କାର୍ଯ୍ୟ ସଂସ୍କୃତିର ପ୍ରଣୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ