୧୦୦ ପିଲାଙ୍କ ମୃତ୍ୟ ଘଟଣାରେ ମତ ରଖିଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
କୋଟା- ଚାରିଆଡୁ ବିରୋଧ ହେବାପରେ ଶେଷରେ ଆଜି ମୁହଁଖୋଲିଛନ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ସେ ସଫେଇ ଦେଇ କହିଛନ୍ତି ଯେ, ଜେକେ ଲୋନ ହସ୍ପିଟାଲରେ ପିଲାଙ୍କ ମୃତ୍ୟୁ ଉପରେ ତାଙ୍କ ସରକାର ସମ୍ୱେଦନଶୀଳ ରହିଛି ଏବଂ ଏହି ମାମଲାରେ ରାଜନୀତି ନହେବା ଦରକାର । ଏହା ପୂର୍ବରୁ ବିଜେପି ସହ ବିଏସପି ମୁଖ୍ୟ ମାୟାବତୀ ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଥିଲେ । ସୂଚନାଥାଉକି ଡିସେମ୍ୱର ମାସରେ ଏହି ହସ୍ପିଟାଲରେ ୧୦୦ରୁ ଅଧିକ ପିଲାଙ୍କ ମୃତ୍ୟୁ ହୋଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନିଜର ଟ୍ୱିଟର ଆକାଉଣ୍ଟରେ ପ୍ରତିକ୍ରିୟା ଦେଇ କହିଛନ୍ତି, ଜେକେ ଲୋନ ହସ୍ପିଟାଲ, କୋଟାରେ ହୋଇଥିବା ଅସୁସ୍ଥ ଶିଶୁଙ୍କ ମୃତ୍ୟୁ ଉପରେ ସରକାର ସମ୍ଭେଦନଶୀଳ ଅଛନ୍ତି । ଏହା ଉପରେ ରାଜନୀତି ନହେବା ଦରକାର । କୋଟାର ଏହି ହସ୍ପିଟାଲରେ ଶିଶୁଙ୍କ ମୃତ୍ୟୁ ହାର ଲଗାତର ହ୍ରାସ ହେବାରେ ଲାଗିଛି । ଆମେ ଆଗକୁ ଏହା ଆହୁରି କମ କରିବା ପାଇଁ ପ୍ରୟାସ କରୁଛୁ ।


