ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ଆଂଚଳିକ ସମ୍ମିଳନୀ
ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ନ୍ୟୁ ପୋଲିସ୍ ଲାଇନ ସ୍ଥିତ ଶ୍ରୀ ଗଣେଷ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜ ର ଆଂଚଳିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନିଖିଳ ଉତ୍କଳ ମଧୁବୈଶ୍ୟ ସମାଜର ସଭାପତି ତଥା ହାଇକୋର୍ଟ ଆଇନଜୀବି ପଦ୍ମ ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା ଉପସଭାପତି ଲୋକନାଥ ସାହୁ, ଛତ୍ରପୁର ତାଲୁକା ସମ୍ପାଦକ ତ୍ରିନାଥ ସାହୁ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଓ ନବନିର୍ବାଚିତ ସଂଗଠକ ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଆଗାମୀ ଦିନରେ ମଧୁବୈଶ୍ୟ ସମାଜ ଛତ୍ରପୁର ଶାଖାକୁ ସୁଦୃଢ କରିବା ଓ ସଭ୍ୟ ସଭ୍ୟା ମାନଙ୍କ ବିଭିନ୍ନ ସମସ୍ୟା ଗୁଡିକ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ । ଏଥିରେ ପ୍ରାୟ ୨୦୦ ସଭ୍ୟ/ସଭ୍ୟା ଯୋଗ ଦେଇଥିଲେ । ନାରୀ ସମ୍ପାଦିକା କିରଣ ପ୍ରଭା ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାn ବେଳେ ରାଜ୍ୟ ମହିଳା ସଂଘର ସହ ସମ୍ପାଦିକା ଗୋଲାପ କୁମାରୀ ସାହୁ ଯୋଗ ଦେଇ ନାରୀ ସଂଗଠନକୁ ସୁଦୃଢ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।ପ୍ରାରମ୍ଭ ସ୍ୱୟଂ ଶ୍ରୀ ସାହୁ ଏବଂ ସୌମ୍ୟା ଶ୍ରୀ ସାହୁ ଗଣେଶ ବନ୍ଦନା ଗାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା


