କ୍ଷୁଦ୍ରନାମମାତ୍ର ଚାଷୀ ଓ ଭୂମିହୀନ ଚାଷୀ ପାଇଲେ କାଳିଆ ସହାୟତା ରାଶି

ଛତ୍ରପୁର, (ଦେବଦତ୍ତ ମହାରଣା):ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପବିତ୍ର ନୂଆଁଖାଇ ଅବସରରେ ରାଜ୍ୟର ଚାଷୀଭାଇ ମାନଙ୍କୁ କାଳିଆ ସହୟତା ପ୍ରଦାନ କରିଛନ୍ତି । ରବି ୨୦୨୩ -୨୪ ଋତୁରେ ଚାଷ କାମ ପାଇଁ ଏହି ସହୟତା ପ୍ରଦାନ କରାଯାଇଛି । ରାଜ୍ୟରେ ପ୍ରାୟ ୪୪ ଲକ୍ଷ ଅଧିକ ଚାଷୀଙ୍କୁ ୯୦୦ କୋଟି ଟଙ୍କାର ଚାଷୀଙ୍କ ସିଧାସଳକ ବ୍ୟାଙ୍କ ଖାତାକୁ ଯାଇଛି । ଏହିଅବସରରେ ଛତ୍ରପୁର ସ୍ଥିତ ଜିଲାପାଳ ଓସ୍ୱାନ ହଲ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,୫ଟି ସଚ୍ଚିବ ଭି.କେ ପାଣ୍ଡିଆନଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଯୋଡିହୋଇ ଜିଲାର ୨ଲକ୍ଷ ୫୩ ହଜାର ୪୪୨ ଚାଷୀ ଉପକୃତ ହୋଇଛନ୍ତି । ସେଥିମଧ୍ୟରୁ ୨ ଲକ୍ଷ ୪୭ ହଜାର ୧୧୪ କ୍ଷୁଦ୍ରନାମମାତ୍ର ଚାଷୀଙ୍କୁ ଦୁଇ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ସେହିପରି ୬୩୨୮ ଭୂମିହୀନ ଚାଷୀଙ୍କୁ ମଧ୍ୟ ଏହି କାଳିଆ ସହାୟତା ରାଶି ମିଳିଛି । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଜିଲାରେ କେତେ ସଂଖ୍ୟାକ ଚାଷୀ ଏହି ସହାୟତା ରାଶି ପାଇଛନ୍ତି ତାହା ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଜିଲା କୃଷି ଅଧିକାରୀ ସୁବ୍ରତ କୁମାର ସାହୁ, ଡିଡିଏଚ କନ୍ଦ ଜେନା, ଡିଆରସିଏସ ଙ୍କ ସମେତ ଛତ୍ରପୁର ବ୍ଲକ,ରଙ୍ଗେଇଲୁଣ୍ଡା ଓ ହିଞ୍ଜିଳି ବ୍ଲକର ଚାଷୀ ମାନେ ପ୍ରମୁଖ ଉପସ୍ଥିତ ରହିବା ସହ ଏହି ସହାୟତା ରାଶି ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ