ନିଜର ଦୁର୍ବଳତାକୁ ଲୁଚେଇବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳାର ସୁଆଙ୍ଗ ରଚୁଛନ୍ତି – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୂଳ ପ୍ରସଙ୍ଗରୁ ମୁହଁ ଲୁଚାଇ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି ।୧୯ ବର୍ଷ ଶାସନ ଦାୟିତ୍ୱରେ ରହିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଯେଉଁ ଦାୟିତ୍ୱ ପୂରଣ କରିବାର ଥିଲା, ସେ ପ୍ରଶ୍ନ ଗୁଡିକ ଉପରେ ଉତର ଦେଉନାହାନ୍ତି । ଓଡିଶାରେ ମୋଳିକ ସୁବିଧାରୁ ଲୋକମାନେ ବଂଚିତ ହେଉଥିବା ବେଳେ ମିଥ୍ୟା ତଥ୍ୟର ସୌଦାଗର ନବୀନ ପଟ୍ଟନାୟକଙ୍କୁ ଓଡିଆ ଲୋକଙ୍କ ପାଖରେ ଉତର ଦେବା ପାଇଁ କିଛି ନାହିଁ । ନିଜର ଦୁର୍ବଳତାକୁ ଲୁଚେଇବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳାର ସୁଆଙ୍ଗ ରଚୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କେବଳ କେନ୍ଦ୍ର ଅବହେଳା ପ୍ରଶ୍ନ ଉଠାଇବାକୁ ସାମାଜିକ ଗଣମାଧ୍ୟମରେ ଭିଡିଓ ମାଧ୍ୟମରେ କଡା ସମାଲୋଚନା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଓଡିଶାର ମାଆ ଭଉଣୀମାନଙ୍କୁ ମୁନ୍ଦେ ସ୍ୱଚ୍ଛ ପିଇବା ପାଣି ମିଳୁନାହିଁ, ଗାଁଗଣ୍ଡାରେ ପ।।ଇପ ଯୋଗେ ପିଇବା ପାଣିର ବ୍ୟବସ୍ଥା ନାହିଁ, ୪୦ ଲକ୍ଷ ଗରିବ ଲୋକଙ୍କୁ ସ୍ଥାୟୀ ପଟ୍ଟା ଓ ଘର ମିଳିନାହିଁ, ନାଚ ତାମସା ପାଇଁ ସରକାରଙ୍କ ପାଖରେ ପଇସା ଥିବା ବେଳେ ସରକାରୀ ସ୍କୁଲରେ ଶିକ୍ଷକଙ୍କୁ ଦରମା ଓ ସ୍ଥାୟୀ ନିଯୁକ୍ତି ଦେବାକୁ ପଇସା ନାହିଁ, ଚାଷରେ ଅବ୍ୟବସ୍ଥା ଦେଖାଯାଇଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧାନ କ୍ୱିଂଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ୧୭୫୦ ଟଙ୍କା ଦେଉଥିବା ବେଳେ ରାଜ୍ୟ ସରକାର ମିଲରଙ୍କ ମାଧ୍ୟମରେ ଧାନକୁ ୧୦୦୦ ରୁ ୧୨୦୦ ଟଙ୍କାରେ କିଣଉଛନ୍ତି ଏବଂ ମଧ୍ୟସ୍ଥି ମାନଙ୍କୁ ଲଗାଇ ବଳକା ଟଙ୍କା ପକେଟରେ ଭରୁଛନ୍ତି । ରାଜ୍ୟରେ ଡାକ୍ତର ନାହାନ୍ତି, ଦୁର୍ନୀତି ଚରମ ସୀମାରେ ପହଁଚିଛି, ରୋଜଗାର ନମିଳିବାରୁ ଓଡିଆ ଯୁବକ ବାହାର ରାଜ୍ୟକୁ କାମ କରିବାକୁ ଯାଉଛି । ଏହାର ଉତର ମୁଖ୍ୟମନ୍ତ୍ରୀଙ୍କ ପାଖରେ ନଥିବା ବେଳେ ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳାର ସୁଆଙ୍ଗ ରଚୁଛନ୍ତି ି । ମୁଖ୍ୟମନ୍ତ୍ରୀ ଚାଷୀ ଆତ୍ମହତ୍ୟା ସମ୍ପର୍କରେ କଣ କହିବେ । ମୁଖ୍ୟମନ୍ତ୍ରୀ ଓଡିଆ ଲୋକଙ୍କ ଉପରେ ଲକ୍ଷେ କୋଟି ଟଙ୍କାର ଋଣ ଭାର କରିବାର ଷଡଯନ୍ତ୍ର କରିଛନ୍ତି । ଓଡିଆ ଲୋକମାନଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହୁଥିବା ନକଲି ଓଡିଆଙ୍କ କଣ ଚିନ୍ତା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିଜେଡି ସରକାରରେ ନାରୀ ସବୁଠୁ ଘୃଣ୍ୟ ବ୍ୟବସ୍ଥା ହୋଇଛି । ନାରୀର ସମ୍ମାନ, ଇଜ୍ଜତ ଓ ସୁରକ୍ଷା ସବୁଠୁ ଖରାପ ଅବସ୍ଥାରେ ଓଡିଶାରେ ବିଜେଡି ସରକାରରେ ହୋଇଛି । ବେବିନା ଗଣଦୁଷ୍କର୍ମର ମୁଖ୍ୟପୃଷ୍ଠପୋଷକକୁ ନବୀନ ବାବୁ ଆଉ ଥରେ ପ୍ରାର୍ଥୀ କରି ମହିଳା ବିରୋଧୀ ମନବୃତିକୁ ପରିପ୍ରକାଶ କରିଛନ୍ତି । ଭବନେଶ୍ୱରର ଯାହାକୁ ବିଜେଡି ଟିକେଟ୍ ଦିଆଯାଇଛି, ସେ ଓଡିଶାର ନାଁକୁ ସାରା ଭାରତରେ ନିନ୍ଦିତ କରିବାର ମୁଖ୍ୟ ଖଳନାୟକ । ଚାକିରି ପ୍ରଲୋଭନରେ ଉତ୍ପୀଡିତ କରିଥିବା ବ୍ୟକ୍ତିକୁ ଟିକେଟ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ଏହା ମହିଳା ସଶକ୍ତିକରଣ କି ବୋଲି ପ୍ରଶ୍ନ କରଛନ୍ତି । ସେହିପରି ୩୦ଟି ଜିଲ୍ଲାରୁ ୨୫ଟି ଜିଲ୍ଲାରେ ଛୋଟ ପିଲାମାନଙ୍କର କୁପୋଷଣ ଆଜି ବଡ ଚିନ୍ତାଜନକ ଅବସ୍ଥାରେ ଅଛି । କୁପୋଷଣର ଶୀକାର ନବଜାତ ଶିଶୁ, ଗର୍ଭବତୀ ମହିଳା ହୋଇଥିବା ବେଳେ ଏହାକୁ ସମୀକ୍ଷା କଲେ ଭୟଙ୍କର ପରିସ୍ଥିତି ହେଲାଣି । ୨୦୩୬କୁ ଓଡିଶାକୁ ୧୦୦ ବର୍ଷ ପୂରୁଥିବା ବେଳେ ଆଜି ଜନ୍ମ ହେଉଥିବା ପିଲା ସେତେବେଳକୁ ଯୁବକ ଅବସ୍ଥାରେ ଥିବ । ମାତ୍ର ନବୀନ ବାବୁଙ୍କ ନୀତି ଯୋଗୁଁ ସେ ପିଲା ସେତେବେଳେ ଦୁର୍ବଳ ଅବସ୍ଥାରେ ଥିବ । ମୁଖ୍ୟମନ୍ତ୍ରୀ କେନ୍ଦ୍ରୀୟ ଅବହେଳା କଥା କହୁଛନ୍ତି । କଂଗେସ ସରକାର ସମୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନାରେ ଓଡିଶାରେ ବର୍ଷକୁ ୧୧୨୦ କୋଟି ଟଙ୍କାରେ ୨୮୭୧ କିମି ବନୁଥିଲା । ମାତ୍ର ଗତ ୫ ବର୍ଷ ମୋଦି ସରକାର ସମୟରେ ବର୍ଷକୁ ୪ ହଜାର କିମିରୁ ଅଧିକ ରାସ୍ତା ନିର୍ମାଣ ହୋଇଛି । ଚଳିତବର୍ଷ ଓଡିଶାର ଗ୍ରାମାଂଚଳରେ ରାସ୍ତା ତିଆରି କରିବା ପାଇଁ ୨୫୦୦ ରୁ ଅଧିକ କୋଟି ଟଙ୍କା ଅଧିକ ମୋଦି ଦେଇଛନ୍ତି । ସେହିପରି ଇନ୍ଦିରା ଆବାସ ଯୋଜାନାରେ କଂଗ୍ରେସ ସରକାର ୫ ବର୍ଷରେ ୪ ଲକ୍ଷ ୯୦ ହଜାର ଘର ଆସିଥିଲା । ମୋଦି ସରକାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୮ ଲକ୍ଷ ଘର ନିର୍ମାଣ ଗରିବ ଲୋକଙ୍କ ପାଇଁ ନିର୍ମାଣ ହୋଇଥିବା ବେଳେ ୧ ଲକ୍ଷ ୨୦ହଜାର ଘର ନିର୍ମାଣାଧୀନ ଅଛି । ଓଡିଶାରେ ପୂର୍ବରୁ ୧୨ରୁ ୧୫ ଲକ୍ଷ ଶୌଚାଳୟ ଥିଲାବେଳେ ମୋଦି ଆସିବା ପରେ ଏହା ବୃଦ୍ଧି ପାଇ ୭୮ ପ୍ରତିଶତରେ ପହଁଚିଲାଣି । ୫୫ ପ୍ରତିଶତ ଗରିବ ଘରେ ମହିଳାଙ୍କ ଇଜ୍ଜତ ଘର ସ୍ୱରୂପ ଶୌଚାଳୟ ନିର୍ମାଣ ହୋଇଛି ।୨୪ ଲକ୍ଷ ଲୋକଙ୍କ ଘରେ ସୌଭାଗ୍ୟ ଯୋଜନାରେ ବିଜୁଳି ଲଗାଯାଇଛି, ୪୦ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ଏଲପିଜି ସିଲିଣ୍ଡର ଦିଆଯାଇଛିା କଂଗ୍ରେସ ସରକାର ସମୟରେ ୧୩ତମ ଅର୍ଥ କମିଶନରେ ୯୬ ହଜାର ୪୨୧ କୋଟି ଟଙ୍କା ମିଳିଥିଲା । ମୋଦି ସରକାର ସମୟରେ ୨ ଲକ୍ଷ ୨୦ ହଜାର ୪୮୦ କୋଟି ଟଙ୍କା ମିଳିଛିା ପୂର୍ବରୁ ଖଣିଖାଦାନ ଶିଳ୍ପପତି ମାନଙ୍କୁ ମାଗଣାରେ ଦିଆଯାଉଥିଲା । ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ଏହି ନିୟକୁ ବଦଳାଗଲା । ବିଗତ ୫ ବର୍ଷରେ ମୋଦି ସରକାରଙ୍କ ନୀତି କାରଣରୁ ଓଡିଶାକୁ ୭୧ ହଜାର କୋଟି ଟଙ୍କାର ଖଣିନିଲାମୀର ପଇସା ଆସିଛି । ସେହିପରି ମୋଦିଙ୍କ ଦେଶରେ ପ୍ରଥମ ଥର ଡିଏମଏଫ(ଜିଲ୍ଲା ଖଣିଜ ପାଣ୍ଠିର) ବ୍ୟବସ୍ଥାରେ ଓଡିଶାରେ ୬ ହଜାର ୧୦୦ କୋଟି ଟଙ୍କା ପଡି ରହିଥିବା ବେଳେ ନବୀନ ବାବୁ ୧୫ ପ୍ରତିଶତରୁ ଅଧିକ ପଇସା ଖର୍ଚ୍ଚ କରିନାହାନ୍ତି । ବିଭିନ୍ନ ଜାତୀୟ କମ୍ପାନୀ ତଥା ଆଇଓସିଏଲ, ଏନଟିପିସି, ଏମ୍ସିଏଲ୍, ନାଲକୋ ପିଏସୟୂ ତରଫରୁ ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପରୁ ଅଧିକ ନିବେଶର କ୍ରିୟାନ୍ୱୟନ ଓଡିଶାରେ ହୋଇଛି । ସାଢେ ୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ଦାୟିତ୍ୱ ମୋଦି ସରକାର ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଆୟୁଷ୍ମାନ ଯୋଜନା, ପିଏମ କିଷାନ ଯୋଜନା, ଶ୍ରମୟୋଗୀ ଯୋଜନାକୁ ବିରୋଧ କରି କାଳିଆ ଯୋଜନାର ସୁଆଙ୍ଗ ରଚେଇଛନ୍ତି । କାଳିଆ ଯୋଜନାର ଲାଭାର୍ଥୀ ସରକାରୀ ଦଳର ମନ୍ତ୍ରୀଙ୍କ ପରିବାର ଲୋକ ଲାଭାର୍ଥୀ । କାଳିଆର ତାଲିକା କାହିଁ । ସେହିପରି ଜାତୀୟ ରାଜପଥ ନିର୍ମାଣ ବିଶେଷତଃ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ୪୦୦ କିମି ବ୍ୟାପି କୋଷ୍ଟାଲ ହାଇୱେ ନିର୍ମାଣରେ ମୁଖ୍ୟମନ୍ତ୍ରୀ ଷଡଯନ୍ତ୍ର ସାଜିଛନ୍ତି । ରେଳବାଇ ପ୍ରକଳ୍ପ ତଥା ଖୋର୍ଦ୍ଧା- ବଲାଙ୍ଗୀର, ହରିଦାସପୁର- ପାରାଦୀପ, ସୁକିନ୍ଦା- ଅନୁଗୁଳ, ବିମଳା-ତାଳଚେର ଭଳି ମହତ୍ୱକାଂକ୍ଷୀ ପ୍ରକଳ୍ପ ଗୁଡିକରେ ରେଳ ବିଭାଗ ହଜାର ହଜାର କୋଟି ଟଙ୍କା ଦେବା ପରେ ମଧ୍ୟ ରାଜ୍ୟ ସରକାର ଜମି ଅଧିଗ୍ରହଣ ଓ ଆଇନଶୃଙ୍ଖଳା କାରଣରୁ ପ୍ରଗତି ହୋଇପାରୁନାହିଁ । ଏସବୁ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁ ନାହିଁ । ଏନଟିପିସି-ତାଳଚେର କାରଖାନା,ନାଲକୋର ଆଦିବାସୀ ଅଂଚଳରେ କାମରେ ମୁଖ୍ୟମନ୍ତ୍ରୀ ଅସହଯୋଗ କରୁଥିବା ବେଳେ ପାଇକ ବିଦ୍ରୋହର ସ୍ମୃତି ପାଇଁ ଜାଗା ଯୋଗାଇ ନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ ସମୟ କାଳ ଶେଷ ହୋଇଆସିଲାଣି । ଓଡିଆ ଲୋକମାନେ ପ୍ରଜାତନ୍ତ୍ରିକ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କୁ ପରାସ୍ତ କରିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ