ପାନୀୟ ଜଳ ସମସ୍ୟା

ପ୍ରତ୍ୟକ ଗ୍ରାମକୁ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ବିଭିନ୍ନ ଯାଜନା ମାଧ୍ୟମରେ ରାଜ୍ୟ ରାଜକୋଷରୁ ଟଙ୍କା ପାଣିପରି ଖର୍ଚ କରାଯାଉଛି . କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରକତା ଅଭାବ ଓ ଅବହେଳା କାରଣରୁ ଯୋଜନା ସଫଳ ରୂପାୟନ ହୋଇପାରୁ ନାହିଁ . ଫଳରେ ଟୋପାଏ ବିଶୁଦ୍ଧ ପଣି ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି . ଯାହାର ନଗ୍ନ ଉଦାହରଣ ଦେଖା ଯାଇଛି କେନ୍ଦୁଝର ଜିଲ୍ଲା,ହରିଚନ୍ଦନପୁର ବ୍ଲକ ପନାସିଆ ଗ୍ରାମରେ. ଗ୍ରାମରେ ଥିବା ନଳକୁପରୁ ଗୋଳିଆ ପାଣି ବାହରୁଥିବା କାରଣରୁ ଟୋପାଏ ପିଇବା ପାଣି ପାଇଁ ଗ୍ରାମବାସୀ ଏକ ପୁରାତନ ଭଙ୍ଗା କୂଅ ଉପରେ ନିର୍ଭର କରୁଛନ୍ତି . ବାରମ୍ବାର ପାନୀୟ ଜଳର ସମସ୍ୟାକ ନେଇ ଅଭିଯୋଗ କରବା ସ୍ବତେ କେହି କର୍ଣ୍ଣପାତ କରୁନଥିବା କାରଣରୁ ଅସନ୍ତଷ ବୃଦ୍ଧି ପାଉଛି .ପାଣି ସମସ୍ୟାର ସମାଧାନ ନହେଲେ ଗ୍ରାମବାସୀ ମାନେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି. କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପନାସିଆ ଗ୍ରାମ ୮୦ରୁ ଉର୍ଧ ପରିବାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଲୋକେ ଟୋପାଏ ବିଶୁଦ୍ଧ ପାଣି ପାଇ ପାରୁ ନାହାନ୍ତି. ପାନୀୟ ଜଳ ଯୋଗାଇବା ଗ୍ରାମରେ ରହିଛି ୨ଟି ନଳକୁପ କିନ୍ତୁ ୨ଟି ଯାକ ନଳକୂପରୁ ବାହାରୁଛି ଗୋଳିଆ ପାଣି ଯାହା ବ୍ୟବହାର ଉପଯୋଗି ନୂହେଁ . ପାଣି ପାଇିଁ ନିର୍ଭର କରିବାକୁ ପଡୁଛି ଗାଁ ମୁଣ୍ଡରେ ଥିବା ଏକ ପୁରୁଣା ଭଙ୍ଗା କୂଅ ଉପରେ ଯ଼ାହାକି ସ୍ୱସ୍ଥ୍ୟ ଉପଯୋଗି ନୁହେଁ.ନଳକୁପ ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଗୁହାରୀ କରିଆସୁଥିବା ବେଳେ ଲୋକ ପ୍ରତିନିଧୀ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀ ମାନେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି . ଅନ୍ୟ ପଟେ ଦୁଇ ଦିନ ହେବ ପ୍ରସାଶନ ପକ୍ଷରୁ ଟ୍ୟାଙ୍କର ଯ଼ୋଗେ ପାଣି ଦିଆଯାଉଛି ଯାହାକି ସମୁଦ୍ରକୁ ଶଂଖେ.ପାଣି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଗ୍ରାମବାସୀ ମାନେ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେବୋଲି ଚେତାବନି ଦେଇଛନ୍ତି. ଅନ୍ୟପଟେ ଏ ସମସ୍ୟାର ପ୍ରତିକ୍ରିୟା ପାଇଁ ହରିଚନ୍ଦନପୁର ବିଡିଓଙ୍କ ପାଖକୁ ଯାଇଥିଲୁ କିନ୍ତୁ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ଦେବାକୁ ବିଡିଓ ମନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ