ନିଜାମପୁର ଗ୍ରାମପଞ୍ଚାୟତରେ ରକ୍ଷା ବନ୍ଧନ ଉତ୍ସବ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ଗୁରୁବାର ଅପରାହ୍ନ ୪ଘଟିକା ସମୟରେ ରେମୁଣା ବିଜେପି ତରଫରୁ ନିଜାମପୁର ପଞ୍ଚାୟତର ଖମଟଣା ଗ୍ରାମର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଗ୍ରାମବାସୀଙ୍କୁ ନେଇ ରକ୍ଷା ବନ୍ଧନ ପାଳିତ ହୋଇଯାଇଛି।ବାଘାଯତୀନ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱରର ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ,ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି,ନିଜାମପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସଞ୍ଜୟ ପ୍ରଧାନ,ବର୍ତ୍ତମାନର ସରପଞ୍ଚ ଝରଣା ମହାନ୍ତି ଇତ୍ୟାଦି ଅଭିଭାଷଣ ପ୍ରଦାନ କରିଥିଲେ।ଭାରତ ଆଜି ଅମୃତ ବେଳାରେ ପ୍ରବେଶ କରିଛି, ଏବଂ ଦେଶ ଆଜି ମୋଦି ଜୀ ଙ୍କ ନେତୃତ୍ୱରେ ବିଶ୍ୱଗୁରୁ ହେବାକୁ ଯାଉଅଛି।ରକ୍ଷା ବନ୍ଧନ ଉତ୍ସବରେ ମୋଦି ଜୀ ମା ଭଉଣୀ ମାନଙ୍କୁ ଦେଇଥିବା ରନ୍ଧନ ଗ୍ୟାସରେ ରିହାତି ବିଷୟରେ ଉପସ୍ଥିତ ଲୋକମାନଙ୍କୁ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ବୁଝାଇ କହିଥିଲେ।ମାନ୍ୟବର ସାଂସଦ ପ୍ରଧାନମନ୍ତ୍ରୀ ମୋଦି ଙ୍କ ଦ୍ଵାରା ନାରୀଶକ୍ତିର ଗରିମା ଏବଂ ସମ୍ମାନ କିପରି ବୃଦ୍ଧି ଘଟିଛି, ସେ ସମ୍ବନ୍ଧରେ ଆଲୋଚନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ମହିଳାମାନେ ସାଂସଦ ଏବଂ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କୁ ରାକ୍ଷୀ ପିନ୍ଧାଇ ଆଶୀର୍ବାଦ ଲାଭ କରିଥିଲେ।ଉପସ୍ଥିତ ମା ଓ ଭଉଣୀ ମାନଙ୍କ ସାଙ୍ଗରେ ସାଂସଦ ମହୋଦୟ ରାକ୍ଷୀ ଗୀତ ଗାନ କରିଥିଲେ ।ସାଂସଦ ଏବଂ ପୂର୍ବତନ ବିଧାୟକ ସମସ୍ତଙ୍କୁ ରାକ୍ଷୀ ପିନ୍ଧାଇଥିଲେ ଏବଂ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ସାଂସଦ ମହୋଦୟ ମୋଦି ଜୀ ଙ୍କ ପଞ୍ଚସୁତ୍ରି ସୂଚୀ ଶପଥ ପାଠ କରାଇଥିଲେ।ସାଂସଦ ମହୋଦୟ ସମସ୍ତଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ ।ଶେଷରେ ପଞ୍ଚାୟତ ବିଜେପି ସଭାପତି ସୋମନାଥ ଭୋଇ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।


