ନିମଖଣ୍ଡିପେଣ୍ଠ ପଞ୍ଚାୟତରେ ଆଣ୍ଟିଜେନ ଟେଷ୍ଟ  

ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ବ୍ଳକ  ନିମଖଣ୍ଡିପେଣ୍ଠ ପଞ୍ଚାୟତ କୁରୁବୁଲି ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର  ଆଣ୍ଟିଜେନ ସ୍ୱାବ ଟେଷ୍ଟ କରାଯାଇଥିବା ଜଣାପଡିଛି  । ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର ଙ୍କ ସମେତ  ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ହଳଧର ଶବର , ଅତିରିକ୍ତ ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କ ଉପସ୍ଥିତିରେ  ଡାକ୍ତରୀ ଟିମ ଦ୍ଵାରା ଗ୍ରାମବାସୀଙ୍କ ଆଣ୍ଟିଜେନ ସ୍ୱାବ  ଟେଷ୍ଚ କରାଯାଇଥିଲା  । ୧୪୪ ଜଣଙ୍କ ନାମ ଠିକଣା ପଞ୍ଜିକରଣ କରାଯାଇ ସେମାନଙ୍କ ଆଣ୍ଟିଜେନ ସ୍ୱାବ ଟେଷ୍ଟ କରାଯିବା ସହ ରକ୍ତନମୁନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଥିଲା  ।  ପୂର୍ବତନ ସରପଞ୍ଚ ରାଧାକାନ୍ତ ମହାଙ୍କୁଡ , ସମିତିସଭ୍ୟା ଗାୟତ୍ରୀ ମହାଙ୍କୁଡ , ପଞ୍ଚାୟତ ନିର୍ବାହୀ ଅଧିକାରୀ  ପ୍ରଦୀପ କୁମାର ପଣ୍ଡା , ଗ୍ରାମ ରୋଜଗାର ସେବକ ରବିନ୍ଦ୍ର ମହାଙ୍କୁଡ , କୋଭିଡ ମନିଟର ମୁଖ୍ୟ ଲକ୍ଷ୍ମୀ ନାରାୟଣ ପୂଜାରୀ, ଅଙ୍ଗନୱାଡ଼ି କର୍ମୀ , ଆଶାକର୍ମୀ , ମହିଳା ସ୍ବାସ୍ଥ୍ୟ କର୍ମଚାରୀ, କୋଭିଡ ମନିଟର ଓ ସ୍ବେଛାସେବୀ ବୃନ୍ଦ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ  କରିଥିଲେ  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ