ଧରା ପଡିଲେ ଗଞ୍ଜେଇ ଚାଲାଣ କାରୀ

ମୋହନା,( ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ଅନ୍ତର୍ଗତ ଉଦୟଗିରି ରାସ୍ତାରେ ୧୨ କୁଇଣ୍ଟାଲ ୧୫ କେଜି ଗଞ୍ଜେଇ ଏକ ଭ୍ୟାନ ଯୋଗେ ଅନ୍ୟତ୍ର ସ୍ଥାନାନ୍ତରିତ ହେଉଥିବାବେଳେ ଉଦୟଗିରି ପୋଲିସ ଭ୍ୟାନ ଟିକୁ ଜବତ କରିଥିଲା | ସୂଚନା ଅନୁଯାୟୀ ସେହି ଭ୍ୟାନ ରେ ତିନିଜଣ ଚାଲାଣ କାରୀ ଉପସ୍ଥିତ ଥିଲେ | ସେମାନେ ହେଉଛନ୍ତି ଅବ୍ରହାମ ଗମାଙ୍ଗ ଙ୍କ ପୁତ୍ର କରୁଣା ଗମାଙ୍ଗ,ଅଡବା ଗୁଂଜିମିରା ର ଏକାଦଶୀ ଦେୟ ଙ୍କ ପୁତ୍ର ଶରତ ଦେୟ, ଗୋୖଡସାହି ବେଣ୍ଟପଡା ଓ ବ୍ରହ୍ମଗିରି ରୁ ହରି ମଲ୍ଲିକ ଙ୍କ ପୁତ୍ର ପ୍ରମୋଦ ମଲ୍ଲିକ ଏହି ଚାଲାଣ କାରୀ ମାନେ ଗଞ୍ଜେଇ ଚାଲାଣ ବେଳେ ଥାନା ଅଧିକାରୀ ଙ୍କ ହାତରେ ଧରା ପଡ଼ିଥିଲେ | ଆସନ୍ତା କାଲି ସେହି ଚାଲାଣ କାରୀ ମାନଙ୍କୁ କୋଟ ଚାଲାଣ କରାଯିବ ବୋଲି ଆର . ଉଦୟଗିରି ଥାନା ଅଧିକାରୀ ସୂଚନା ଦେଇଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ