ନିଯୁକ୍ତି ନାମରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) :-ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଏକ ବଡ଼ ସଫଳତା ମିଳିଛି I ନକଲି ଆଉଟ ସୋରର୍ସିଙ୍ଗ ସଂସ୍ଥା ଖୋଲି ଜିଲ୍ଲାର ବେକାର ଯୁବକଯୁବତୀଙ୍କ ଠାରୁ ନିଯୁକ୍ତି ପ୍ରଦାନ ନାମରେ ଲକ୍ଷାଧିକ ଟଙ୍କା ଠକି ନେବା ଅଭିଯୋଗରେ 2 ଜଣ ଗିରଫ କରିଛି. ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଉଛନ୍ତି କାଶିନଗର ଡେରା ସାହି ବାସିନ୍ଦା ତଥା ବର୍ତ୍ତମାନ ପାରଳାଖେମୁଣ୍ଡି ସହରର ଖଞ୍ଜାସାହି ଓ ଗୁଣ୍ଟୁବାରୀ ସାହିରେ ରହୁଥିବା ସୁବାଷ ଚନ୍ଦ୍ର ରାଉଳ ଓରଫ ବାବୁଲି(47) ଓ ଗୁମ୍ମା ବ୍ଲକ ଅନ୍ତର୍ଗତ ଜୀଵା ଗ୍ରାମର ପାସ୍ପୁରେଡ ବନାମାଳୀ (25) I ସୁବାଷ ଚନ୍ଦ୍ର ରାଉଳ ଠାରୁ ଗୋଟିଏ ମୋବଇଲ ଫୋନ, ମୋଟର ସାଇକେଲର ଚାବି, କାର ଚାବି, ଆଧାର କାର୍ଡ, ଏଟିଏମ କାର୍ଡ, ସାମ୍ବାଦିକ ପରିଚୟ ପତ୍ର, ଇଣ୍ଡିଆନ କନସଲ୍ଟଟିଂ ହାଉସ ପରିଚୟ ପତ୍ର, ନାସନାଲ ହୁମାନ ରାଉସ୍ଟ ସିଟିଜନ କମିଶନ ଜିଲ୍ଲାଧକ୍ଷ ପରିଚୟ ପତ୍ର, ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଅନୁମୋଦିତ ଆରୋମା ଶିକ୍ଷା ଓ ସେବା ସମିତିର (ଏଫଏସଏସଏଆଇ)ରାଜ୍ୟ ମୁଖ୍ୟ ତାଲିମଦାତା ପରିଚୟ ପତ୍ର ଜବତ କରାଯାଇଛି. ଏନେଇ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତି ଆଦଶ୍ର ଥାନା ପରିସରରେ ଅନୁଷ୍ଠିତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି I ନୂଆଗଡ ବ୍ଲକ ତଥା ଆର. ଉଦୟଗିରି ଥାନା ଅନ୍ତର୍ଗତ ଟାଙ୍ଗିଲି ଗ୍ରାମର ବିପିନ ବିହାରୀ ମଣ୍ଡଲ ଓ ଲାଟିଙ୍ଗି ଗ୍ରାମର ରାଜେନ୍ଦ୍ର ଭୂୟାଁଙ୍କ ସମେତ ଅନ୍ୟମାନେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ନିଯୁକ୍ତି ପ୍ରଦାନ ନାମରେ ପାରଳାଖେମୁଣ୍ଡି ସହରର ଦୋଳବନ୍ଧ ନିକଟସ୍ଥ ସୁଭଦ୍ରା ନଗରରେ ଥିବା ଏକ ନକଲି ଆଉଟ ସୋସିଂ ସଂସ୍ଥାର ଲକ୍ଷାଧିକ ଟଙ୍କା ଠକି ନେଇଛି I ଉକ୍ତ ସଂସ୍ଥାକୁ ସୁବାଷ ଚନ୍ଦ୍ର ରାଉଳ, ପାସ୍ପୁରେଡ଼ି ବନମାଳୀ ଓ କୈଳାଶ କାର୍ଜୀ ପରିଚାଳନା କରୁଛନ୍ତି ବୋଲି ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଚଳିତ ମାସ 14 ତାରିଖରେ ସେମାନେ ଲିଖିତ ଅଭିଯୋଗ କରିଥିଲେ. ଉକ୍ତ ଅଭିଯୋଗକୁ ଭିତ୍ତିକରି କେଶ ନଂ 141/22, ଦଫା 420 ଓ 34 ରେ ମାମଲା ରୁଜୁ ହୋଇଥିଲା I ଏହି ଘଟଣାରେ 2 ଜଣ ଗିରଫ ହୋଇଥିବାବେଳେ, ଜଣେ କୈଳାସ କାର୍ଜି ଫେରାର ଅଛି. ଠକାମୀର ଶିକାର ହୋଇଥିବା ବହୁ ବେକାର ଯୁବକ ଯୁବତୀ ମାନେ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ପହଞ୍ଚି ଏକତ୍ରୀତ ହୋଇ ପୋଲିସକୁ ନିଜନିଜର ଅଭିଯୋଗ ଜଣାଉଥିବାର ଦେଖିବାକୁ ମିଳିଥିଲା I


