ନିରାଡମ୍ବର ଭାବେ ପାଳିତ ହେଉଛି ମା ଗଜଲକ୍ଷ୍ମୀଙ୍କ ପୂଜା

ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : କରୋନା ମହାମାରୀ ପାଇଁ ପ୍ରାୟ ଦୁଇବର୍ଷ ହେବ ସମସ୍ତ ପୂଜାପାର୍ବଣ ଫିକା ପଡିଥିବାବେଳେ କେବଳ ବିଧି ଅନୁଯାୟୀ ଉତ୍ସବ ଆୟୋଜନ ହେଉଛି । ଗଣେଶ ପୂଜା ଠାରୁ ଆରମ୍ଭ କରି କାଳୀପୂଜା ଓ ମକର ଠାରୁ ଆରମ୍ଭ କରି ପଣାସଂକ୍ରାନ୍ତି ଯାଏଁ ସମସ୍ତ ପର୍ବ ନିରାଡମ୍ବର ଭାବେ ଅନୁଷ୍ଠିତ ହେଉଥିବା ଦେଖାଯାଉଛି । ଏହି ପରିପ୍ରେକ୍ଷୀରେ ଚଳିତବର୍ଷ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ମାଦୁର୍ଗାଙ୍କ ପୂଜାଉତ୍ସବ ଅତ୍ୟନ୍ତ ସାଧାସିଧା ଭାବେ ପାଳନ ହୋଇଥିବାବେଳେ ମା ଗଜଲକ୍ଷ୍ମୀଙ୍କ ପୂଜା ମଧ୍ୟ ଆଜି ଠାରୁ ନିରାଡମ୍ବର ଭାବେ ପାଳନ ହେଉଛି । ବ୍ଲକର ଛଞ୍ଚିଣା, ମଞ୍ଜୁରୀରୋଡ ଲକ୍ଷ୍ମୀବଜାର, ଭଣ୍ଡାରିପୋଖରୀ ବଜାର, କହରାପୋଖରୀ, ରହଣିଆ ଲକ୍ଷ୍ମୀ ବଜାର ଓ ମାଳଦା ଜଗନ୍ନାଥ ବଜାର ବଣିକ ସଂଘ ପକ୍ଷରୁ ମାଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ପାଳିତ ହେଉଛି । ପୂଜା କମିଟି ତରଫରୁ କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ପ୍ରସ୍ତୁତି ସରିଥିବାବେଳେ ମଣ୍ଡପରେ ମାଆଙ୍କର ମୃଣ୍ଣୟୀ ମୂତ୍ତିକୁ ପାରମ୍ପରିକ ଭାବେ ସଜାଯାଇଛି । ନିକଟ ପୁଷ୍କରଣୀ ଠାରେ ଆଜି ଘଟସ୍ଥାପନା ହୋଇସାରିବା ପରେ ପୂଜକଙ୍କ ବୈଦିକ ମନ୍ତ୍ର ଅନୁଯାୟୀ ମା ଗଜଲକ୍ଷ୍ମୀଙ୍କ ପୂଜା ଶୁଭାରମ୍ଭ ହେଉଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ