ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଜୋରସୋର
ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀ ବେଲଗୁଣ୍ଠା ବ୍ଲକ୍ ରେ ବିଜେଡ଼ି ଆଜି ଜୋରଦାର ନିର୍ବାଚନୀ ପ୍ରଚାର କରିଛି।ବେଲଗୁଣ୍ଠା ବ୍ଲକ୍ ପଡିଆ ଠାରେ ଆଜି ବିଜେଡ଼ି ତରଫ ରୁ ମହିଳା ସମାବେଶ ଅନୁଷ୍ଠିତ ହୋଇଥିଲା।ଏଥିରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ର ବିଜେଡ଼ି ବିଧାୟକ ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ଙ୍କ ସହିତ ଗୋପାଳପୁର ବିଧାୟକ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ,ଆସିକା ଲୋକସଭା ବିଜେଡ଼ି ସାଂସଦ ପ୍ରାର୍ଥୀନି ପ୍ରମିଳା ବିଷୋୟୀ ଯୋଗ ଦେଇଥିଲେ।ଓଡ଼ିଶା ର ସମସ୍ତ ମହିଳା ଙ୍କ ଅଧିକାର ପାଇଁ ଲଢ଼ିବି ବୋଲି ନିଜର ବକ୍ତବ୍ୟ ରଖିଥିଲେ ସାଂସଦ ପ୍ରାର୍ଥୀନୀ ପ୍ରମିଳା ବିଷୋୟୀ।ନବୀନ ପଟ୍ଟନାୟକ ଙ୍କ ଜନ କଲ୍ୟାଣ ଯୋଜନା ବିଷୟରେ କହି ବିଜେଡ଼ି ଦଳକୁ ଶଙ୍ଖ ଚିଂହ ରେ ଭୋଟ ଦେଇ ଜିତାଇବା କୁ ସମାବେଶ ରେ ଅନୁରୋଧ କରିଛନ୍ତି।


