ମାଧୁରୀଙ୍କ ପୁରୁଣା ଗୀତରେ ମତୁଆଲା ଚାଇନା ଲଳନା

୨୦୦୧ରେ ରୂପେଲି ପରଦାରେ ଧମାଲ କରିଥିଲା ବଲିଉଡ୍ ମୁଭି “ଲଜ୍ଜା’ । ମଲ୍ଟି ଷ୍ଟାରକାଷ୍ଟର ଏହି ମୁଭି ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା । ଏହାର ପ୍ରତିଟି ଗୀତ ଦର୍ଶକେ ଅନେକ ଦିନ ପର୍ଯ୍ୟନ୍ତ ଗୁଣୁଗୁଣାଇଥିଲେ । ଏଥିରେ ଥିବା ଏକ ଗୀତ “ବଡି ମୁସ୍କିଲ ବାବା ବଡି ମୁସ୍କିଲ’ ଆଜି ବି ଦର୍ଶକଙ୍କ ହୃଦୟରେ ବସାବାନ୍ଧି ରହିଛି । ଏହି ଗୀତରେ ବଲିଉଡ୍ ଧକ୍ ଧକ୍ ଗର୍ଲ ମାଧୁରୀ ଦିକ୍ଷିତ ଜବରଦସ୍ତ ପରଫରମାନ୍ସ ଦେଇଥିଲେ । ମାଧୁରୀଙ୍କ ଏହି ଡ୍ୟାନ୍ସ ଷ୍ଟେପକୁ ଯୁବବର୍ଗ ବହୁଦିନ ଧରି କପି କରିଥିବା ଦେଖିବାକୁ ମିଳିଥିଲା । ଏବେ ମାଧୁରୀଙ୍କ ଏହି ଡ୍ୟାନ୍ସକୁ ନେଇ ଜଣେ ଚାଇନା ଲଳନା ସମସ୍ତଙ୍କ ହୋସ୍ ଉଡ଼ାଇଛନ୍ତି । ଦେବେଶ ମିରଚାନ୍ଦିନୀ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଦ୍ୱାରା ଉକ୍ତ ଚାଇନିଜ ଗର୍ଲଙ୍କ ଭିଡିଓ ଅପଲୋଡ୍ କରାଯିବା ପରେ ଏହାକୁ ୭ ଲକ୍ଷରୁ ଊଦ୍ଧ୍ୱର୍ ଥର ଦେଖା ସରିଥିବା ଜଣାପଡିଛି । ଏହି ଭିଡିଓଟି ଚଳିତ ମାସ ୭ ତାରିଖରେ ଅପଲୋଡ୍ ହୋଇଥିବା ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ