୩୫ ବର୍ଷ ଧରି ଅଖଣ୍ଡ ଜ୍ୟାତିର ଯତ୍ନ ନେଉଛନ୍ତି ଏହି ସମ୍ପ୍ରଦାୟ…
ଭାରତର ବିଭିନ୍ନ ମନ୍ଦିରରେ ରହିଛି ଭିନ୍ନ ଭିନ୍ନ ପରମ୍ପରା । ଛତିଶଗଡ଼ ରାୟପୁରରେ ଥିବା ମହାମାୟା ମନ୍ଦିରରେ ଗତ ୩୫ ବର୍ଷ ଧରି ପାଳନ କରାଯାଉଛି ଏକ ପରମ୍ପରା । ଏଠାରେ ଚୈତ୍ର ନବରାତ୍ରି ସମୟରେ ଶ୍ରଦ୍ଧାଳୁମାନେ ମାନସିକ କରି ଅଖଣ୍ଡ ଦୀପ ଜଳାଇଥାନ୍ତି । ଏହାର ଯତ୍ନ ନେଇଥାନ୍ତି ସ୍ଥାନୀୟ ଭଠାଗାୱଁର ସେବାୟତ ସମ୍ପ୍ରଦାୟ । ସେବାୟତମାନେ ଉଜାଗର ରହି ପ୍ରାୟ ୫ ହଜାରରୁ ଅଧିକ ଦୀପର ଜଗାରଖା ୯ ଦିନ ଧରି କରନ୍ତି । ପ୍ରାୟ ୧୫୦ ସେବାୟତ ପରିବାରର ସଦସ୍ୟ ଏହି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି । ପ୍ରତି ୮ ଘଣ୍ଟାରେ ଅଖଣ୍ଡ ଦୀପର ଦାୟିତ୍ୱ ନେଇଥିବା ୫୦ ସେବାୟତ ବଦଳିଥାନ୍ତି । ଏହାପରେ ନୂଆ ସେବାୟତ ଦଳ ଦୀପର ଯତ୍ନ ନେଇଥାନ୍ତି । ସେବାୟତମାନେ ନିଜ ନିଜର ଦୈନନ୍ଦିନ ପେଟ ପୋଷା କାମ ଛାଡ଼ି ମନ୍ଦିରରେ ମା’ଙ୍କ ସେବାରେ ଉପସ୍ଥିତ ରହିଥାନ୍ତି ।


