ନିର୍ବାଚନ ସାମଗ୍ରୀରେ ପ୍ଲାଷ୍ଟିକ, ପଲିଥିନ୍ ବ୍ୟବହାର ହେବ ନାହିଁ

ନୂଆଦିଲ୍ଲୀ : ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବର୍ଜନ ଅଭିଯାନ ଦେଶରେ ଆରମ୍ଭ ହୋଇଥିବାରୁ ଆଜି ନିର୍ବାଚନ କମିଶନ ମଧ୍ୟ ନିର୍ବାଚନୀ ସାମଗ୍ରୀର ପଲିଥିନ ଏବଂ ପ୍ଲାଷ୍ଟିକ ବ୍ୟବହାର ନ କରିବା ପାଇ ରାଜନୈତିକ ଦଳ ଗୁଡ଼ିକୁ କହିଛନ୍ତି । ମହାରାଷ୍ଟ୍ର ଏବଂ ହରିୟାଣାରେ ସମସ୍ତ ରାଜନୈତିକ ଦଳ, ପ୍ରାର୍ଥୀ ଏବଂ ସେମାନଙ୍କ ପ୍ରତିନିଧିମାନଙ୍କୁ କମିସନ କହିଛନ୍ତି ଯେ ପରିବେଶ ପ୍ରତି କ୍ଷତିକାରକ ହେବା ଭଳି କୌଣସି ସାମଗ୍ରୀ ତଥା ପଲିଥିନ ଏବଂ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ ରଖାଯିବା ଉଚିତ । ମୁଖ୍ୟ ନିର୍ବାଚନ କମିସନ ସୁନୀଲ ଆରୋରା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଉଭୟ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ପରେ କହିଛନ୍ତି, ନିର୍ବାଚନୀ ପ୍ରଚାର ପାଇଁ ରାଜନୈତିକ ଦଳ ଗୁଡ଼ିକୁ ପରିବେଶ ଉପଯୋଗୀ ସାମଗ୍ରୀ ବ୍ୟବହାର କରିବା ପାଇଁ କୁହାଯାଇଛି । ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିଂ ଅଫିସରଙ୍କୁ ମଧ୍ୟ ପରିବେଶ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଆରୋରା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ