ନିଳୋକରେ କୃଷକ ତାଲିମ ଶିବିର ଅନୁଷ୍ଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ଗ୍ରାମ ପଞ୍ଚ ।ୟତ କାର୍ଯ୍ୟାଳୟ ପରିସରରେ କୃଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ କଟକସ୍ଥିତ ମୂର୍ତ୍ତିକା ଓ ଜଳ ପରିଚାଳନା ବିଭାଗର ଭାରପ୍ରାପ୍ତ ଉପନିର୍ଦ୍ଦେଶକ ସୀତାକାନ୍ତ ରାଉତ, ଅବସରପ୍ରାପ୍ତ କୃଷି ନିର୍ଦ୍ଦେଶକ ସତ୍ୟ ପ୍ରସାଦ ସାମନ୍ତରାୟ ଯୋଗ ଦେଇ ଚାଷ ଓ ଚାଷୀ ପରସ୍ପର ପରିପୂରକ ବୋଲି କହିଥିଲେ । ପ୍ରଶିକ୍ଷକ ଭାବେ ବ୍ଲକ କୃଷି ଅଧିକାରୀ ଅନିରୁଦ୍ଧ ବେହେରା ଯୋଗ ଦେଇ ଉନ୍ନତମାନର ବିହନ, ସାର ଓ କୀଟ ନାଶକ ବ୍ୟବହାର ସଂପର୍କରେ ତାଲିମ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନିଳୋକ ସରଞ୍ଚ ପ୍ରତିନିଧି ରବିନ୍ଦ୍ର କୁମାର ସେଠୀ, ପୂର୍ବତନ ସରପଞ୍ଚ ଅଶୋକ କୁମାର ମହାନ୍ତି, ସେଣ୍ଢତୀରା ସରପଞ୍ଚ ପ୍ରତିନିଧି ସୁଶାନ୍ତ ଦାସ, ୩୯ନଂ.ପାଣି ପଞ୍ଚାୟତ ସଭାପତି ବଟକୃଷ୍ଣ ମହାନ୍ତି, ସଂପାଦକ ହୃଷିକେଶ ପାତ୍ର, ୩୪ନଂ.ପାଣି ପଞ୍ଚାୟତ ସଭାପତି ଅବିନାଶ ନାୟକ, ସଂପାଦକ ଦୀଲିପ କୁମାର ବିଶ୍ୱାଳ, ନିରଞ୍ଜନ ମଲ୍ଲିକ, ନାଏବ ସରପଞ୍ଚ ନିଧିରାମ ଜେନା ଯୋଗ ଦେଇଥିଲେ । ଶିବିରରେ ଶତାଧିକ ଚାଷୀ ତାଲିମ ଗ୍ରହଣ କରିଥିଲେ ।


