ସିପିଆଇର ସମ୍ବିଧାନ ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଜୋନ୍ ସିପିଆଇ କାର୍ଯ୍ୟାଳୟ ଠାରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ସମ୍ବିଧାନ ପ୍ରଣେତା ବାବା ସାହେବ ଡଃ. ଭୀମରାଓ ଆମ୍ବେଦକରଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଯୁ୍ବନେତା ତଥା ସମିତି ସଭ୍ୟ ପରମେଶ୍ୱର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ବିଧାନର ମୁଖବନ୍ଧ ପାଠ କରାଯାଇଥିଲା । ଉପସ୍ଥିତ ସମସ୍ତ କର୍ମକର୍ତ୍ତା ମାନେ ସମ୍ବିଧାନର ମୁଖବନ୍ଧ ପାଠ କରି ଦେଶର ଗଣତନ୍ତ୍ର, ଧର୍ମନିରପେକ୍ଷତା, ସମାଜବାଦ ଓ ସାର୍ବଭୌମତର ସୁରକ୍ଷା ପାଇଁ ଶପଥ ଗ୍ରହଣ କରିଥିଲେ । ଏଥିରେ ସିପିଆଇର ଜିଲା ସଂପାଦକ ଶୁଭେନ୍ଦ୍ର ପ୍ରତାପ ମହାନ୍ତି, ଅବସରପ୍ରାପ୍ତ କାରାଧିକାରୀ ବାବାଜି ଚରଣ ଜେନା, ବନ୍ତ ଜୋନ୍ କମିଟି ସଂପାଦକ ରମେଶ ଜେନା, କିଶୋର ବେହେରା, ରବିନ୍ଦ୍ର ଜେନା, ଅନିରୁଦ୍ଧ ଜେନା, ଦୁଲ୍ଲା ଖାଁ, ସେକ୍ ଆଜାଦ୍, ସେକ୍ ସୁଜାଉଦ୍ଦୀନ୍, ପର୍ଶୁରାମ ସ୍ୱାଇଁ, ଅଭିମନ୍ୟୁ ଜେନା, କୃଷ୍ଣ ଚନ୍ଦ୍ର ରାଉତଙ୍କ ସମେତ ଅନ୍ୟ ମାନେ ଦିବସ ପାଳନର ତାପ୍ତର୍ଯ୍ୟ ସହିତ ସମ୍ବିଧାନ ଅନୁଯାୟୀ ଦେଶର ସମସ୍ତ ନାଗରିକଙ୍କୁ ମୌଳିକ ଅଧିକାରର ସୁରକ୍ଷା ଓ ନ୍ୟାୟ ପ୍ରଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।


