ପୋଲସରାରେ ନିଖିଳ ଉତ୍କଳ ସ୍ୱାୟତ୍ତ ଶାସନ ଦିବସ ପାଳିତ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ବସଷ୍ଟାଣ୍ଡରେ ସ୍ୱାୟତ୍ତ ଶାସନ ଦିବସ ଅଗଷ୍ଟ ୩୧ ତାରିଖ ଦିନ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏନଏସି କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ହୋଇଥିଲା । ଏହା ସହିତ ବସଷ୍ଟାଣ୍ଡରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହାପରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିଲା । ପୋଲସରା ଏନ୍ଏସି ଅଧ୍ୟକ୍ଷା ସଙ୍ଗୀତା ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଓଡିଶା ସରକାରଙ୍କ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସ୍ୱାୟତ୍ତ ଶାସନ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ପୋଲସରା ଅଞ୍ଚଳକୁ ଏକ ଶିଳ୍ପ ତାଲିମ ଅନୁଷ୍ଠାନ ଭେଟି ଦେଇଥିବା ନେଇ ଶ୍ରମ ମନ୍ତ୍ରୀ କହିଥିଲେ । ଏହି ତାଲିମ କେନ୍ଦ୍ର ମଥୁରା ମାରଦା ମନ୍ଦିର ନିକଟରେ ପ୍ରାୟ ୫୦ କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବ । ପୋଲସରା ଏନ୍ଏସିରେ ଇନ ଡୋର ଷ୍ଟାଡିୟମ୍, ଆବାସ ଯୋଜନାରେ ଗୃହ ଆବଣ୍ଟନ, ଗୁରୁତର ରୋଗୀଙ୍କ ଚିକିତ୍ସା ସୁବିଧା ନିମନ୍ତେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ, ବୁଢାମ୍ବ- ବୁଗୁଡ଼ା ଭାୟା ପୋଲସରା ୪ ଥାକିଆ ରାସ୍ତା ନିର୍ମାଣ, ପୋଲସରା ଅଞ୍ଚଳରେ ଏକ ବାଇପାସ୍ ରାସ୍ତା ନିର୍ମାଣ ପ୍ରସ୍ତାବ, ଏକ ଶବ ବ୍ୟବଚ୍ଛେଦ ଗୃହ, ଲଙ୍ଗଳେଶ୍ବର ମନ୍ଦିର ନିକଟରେ ଆଦର୍ଶ ଶ୍ମଶାନ, ଓଇରାଣୀ ବନ୍ଧର ସୌନ୍ଦର୍ଯ୍ୟକରଣ ସମେତ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ହାତକୁ ନିଆଯାଇଥିବା ମନ୍ତ୍ରୀ ପ୍ରକାଶ କହିଥିଲେ । ଦଳ ମତ ନିର୍ବିଶେଷରେ ସମସ୍ତ ଯୋଗ୍ୟ ହିତାଧୀକାରୀ ମାନଙ୍କୁ ଚିହ୍ନଟ କରି ସେବା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ।ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଯୋଧନ ସାହୁ, ବିଡ଼ିଓ କୈଳାଶ ଚନ୍ଦ୍ର ମୂର୍ମୁ, ପୋଲସରା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ସ୍ଥାନୀୟ ଅତିରିକ୍ତ ତହସିଲଦାର ଶୋଭନ କୁମାର ବେହେରା, ପୂର୍ବତନ ନଗରପାଳ ପ୍ରଫୁଲ୍ଲ କୁମାର ପ୍ରଧାନ, ବ୍ଲକ୍ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ବନାଞ୍ଚଳ ଅଧିକାରୀ ସଚିନ୍ କୁମାର ବେହେରା, ସାଂସଦ ପ୍ରତିନିଧି ମୋତିରାମ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ପ୍ରାଧ୍ୟାପକ ପ୍ରମୋଦ କୁମାର ରଥ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ସମସ୍ତ ନବନିର୍ବାଚିତ କାଉନସିଲର ସମୂହ ମଞ୍ଚାସୀନ ଥିଲେ । ପୋଲସରା ଏନ୍ଏସିର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଏନ୍ଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା ପୋଲସରା ନଗରବାସୀଙ୍କ ସହଯୋଗ କାମନା କରିଥିଲେ । ଏହି ଅବସରରେ ପୋଲସରା ଅଗ୍ନିଶ୍ରମ ବିଭାଗ, ଥାନାଧିକାରୀ, ବନାଞ୍ଚଳ ଅଧିକାରୀ, ସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରାଜସ୍ୱ ବିଭାଗର ଅଧିକାରୀଙ୍କୁ ନିଜର ଉକୃଷ୍ଟ ସେବା ପ୍ରଦାନ ନିମନ୍ତେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା । ଏହା ସହିତ ପୋଲସରା ନଗରର ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହାସହ ହିତାଧୀକାରୀ ମାନଙ୍କୁ ଭତ୍ତା ବଣ୍ଟନ କରାଯାଇଥିଲା । ସଂଧ୍ୟାରେ ପୋଲସରା ଅଞ୍ଚଳର କୁନିକୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥଲା । ପୋଲସରା ଏନ୍ଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ