ନୂତନ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାରେ ନୂତନ ଭାବରେ ଯୋଗଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପୂର୍ବତନ କର୍ମଚାରୀ ରାଜକିଶୋର ଲେଙ୍କା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନାଗଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଏଥିସହିତ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ବିଜ୍ଞାନ ପରିଦର୍ଶକ ନିଶିଥ କୁମାର ବାରିକ, କର୍ମଚାରୀ ଚିତ୍ତରଞ୍ଜନ କବି, ପ୍ରିୟରଞ୍ଜନ ବିଶ୍ୱାଳ, ପ୍ରକାଶ କୁମାର ପଣ୍ଡା, ପ୍ରକାଶ କୁମାର ବେହେରା, ବିପିନ ଚନ୍ଦ୍ର ବିଶ୍ୱାଳ, ନାରାୟଣ ପ୍ରସାଦ ଲେଙ୍କା, ସନ୍ତୋଷ କୁମାର, ସଞ୍ଜୟ କୁମାର ସାମଲ, କିଶୋର ବଲ୍ଲଭ ସାମଲ, ଅମୀୟ କୁମାର ନାୟକ, ସୁବାଷ ଚନ୍ଦ୍ର ମହାନ୍ତି, ରାଜକିଶୋର ନାୟକ, ଜଗନ୍ନାଥ ସାହୁ ପ୍ରମୁଖ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଶ୍ରୀ ନାଗ ଏଥିପୂର୍ବରୁ ନବରଙ୍ଗପୁରର ଜିଲ୍ଲା ଶିକ୍ଷା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ ।


