ତୁଳସୀକ୍ଷେତ୍ର ପରିକ୍ରମା ଓ ବଳଦେବ ଜ୍ୟୋତିଯାତ୍ରାର ଶୁଭାରମ୍ଭ ପାଇଁ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ସଙ୍କଳ୍ପ ଓ ପ୍ରଥମ ପଦକ୍ଷେପ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପୁରାଣ ଓ ଇତିହାସ ପ୍ରସିଦ୍ଧ ଶ୍ରୀ ଶ୍ରୀ ସିଦ୍ଧବଳଦେବଜୀଉ ମହାପ୍ରଭୁଙ୍କ ଅଲୈାକିକ ମହିମାର ପ୍ରଚାର ପ୍ରସାର ପାଇଁ ପ୍ରଥମ ଥର ‘ତୁଳସୀ କ୍ଷେତ୍ର ପରିକ୍ରମା ଓ ବଳଦେବ ଜ୍ୟୋତି ଯାତ୍ରା ‘ ଉତ୍ସବ ପାଳନ ପାଇଁ ଦିବ୍ୟ ଜୀବନ ସଂଘ କେନ୍ଦ୍ରାପଡ଼ାର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ପୌରୋହିତ୍ୟରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀ ଶ୍ରୀ ସିଦ୍ଧବଳଦେବ ଜୀଉଙ୍କ ମନ୍ଦିରରୁ ଏହି ପରିକ୍ରମା ଆରମ୍ଭ ହୋଇ ସମଗ୍ର ଜିଲ୍ଲାର ୯ଟି ବ୍ଲକରେ ପ୍ରତିଷ୍ଠିତ ଲୀଳାକ୍ଷେତ୍ର ପରିଭ୍ରମଣ କରିବା ପାଇଁ ଏକ ନକ୍ସା ପ୍ରସ୍ତୁତ ପୂର୍ବକ ଏକ ନିବେଦନ ପତ୍ର ଲେଖା ଯାଇଥିଲା । ଡ. ବାସୁଦେବ ଦାସ, ପ୍ରଫେସର ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ପ୍ରଫେସର ଡ. ଭଗବାନ ପତ୍ରୀ, ପ୍ରାଧ୍ୟାପକ ପ୍ରଭାତ ରଞ୍ଜନ ଲେଙ୍କା, ପ୍ରକୃତି ବନ୍ଧୁ ଗାୟକ ଗଗନ ବିହାରୀ ସିଂହ, ଗାୟତ୍ରୀ ମହାନ୍ତି, ସ୍ନେହଲତା ପ୍ରଧାନ, ଶରତ କୁମାର ରାଉତ, ଦିବ୍ୟଜୀବନ ସଙ୍ଘର ଉପାଧ୍ୟକ୍ଷ ଡ. କାଳୀପ୍ରସନ୍ନ ଶତପଥୀ, ବଳଦେବ ସେନାର ସଭାପତି ପପୁନ୍ କୁମାର ସ୍ୱାଇଁ, ରଜନୀକାନ୍ତ ଦାସ, ନିରଞ୍ଜନ ମେକାପ, ପ୍ରଭାସ ଦାସ, ସ୍ୱପ୍ନାଂଶୁ ଦାସ, ରୀତାଞ୍ଜଳି ନାଥ, ଶ୍ରୀଧର ମହାନ୍ତି, କ୍ଷୀରୋଦ ନାଥ, ଦେବେନ୍ଦ୍ର ସାମନ୍ତ, ସନ୍ତୋଷ କୁମାର ପଣ୍ଡା, ମନୋରଞ୍ଜନ ତ୍ରିପାଠୀ, ଦିବ୍ୟଜୀବନ ସଙ୍ଘର ସମ୍ପାଦକ ଅଧ୍ୟାପକ ଶରତ ଚନ୍ଦ୍ର ପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ବ୍ରହ୍ମଚାରୀ ନୃସିଂହ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ