ନୂତନ ଡିଆଇଜି ଭାବେ ଦାୟିତ୍ୱ ନେଲେ ଶ୍ରୀ ସତ୍ୟବ୍ରତ ଭୋଇ

ବ୍ରହ୍ମପୁର : ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ରେଞ୍ଜ ଆଇଜି ଯତିନ୍ଦ୍ର କୋଏଲଙ୍କ ଠାରୁ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ସତ୍ୟବ୍ରତ ଭୋଇ । ମାଓ ଗତିବିଧିକୁ ଲକ୍ଷ୍ୟ ରଖାଯାଇ ଗଞ୍ଜାମକୁ ଅପରାଧମୁକ୍ତ କରିବା ସହ ୫ଟି କାର୍ଯ୍ୟକ୍ରମକୁ ଆଗକୁ ନେବାପାଇଁ ସେ ଗଣମାଧ୍ୟକୁ କହିଛନ୍ତି । ସେ ଆହୁରି କହିଛନ୍ତି ଜିଲ୍ଲାରେ ପୋଲିସ ଟିମ ନିଜର କାର୍ଯ୍ୟ ସଠିକ ଭାବେ କରୁଥିବାରୁ ଖୁବଶୀଘ୍ର ଅପରାଧିଙ୍କ ମୁଳପୋଛ ହୋଇପାରିବ । ସୁଚନାଯୋଗ୍ୟ, ୨୦୦୪ ବ୍ୟାଚର ଆଇପିଏସ ଅଫିସର ଶ୍ରୀ ସତ୍ୟବ୍ରତ ଭୋଇ କମିଶନରେଟ ପୋଲିସର ଡିସିପି ଥିବାବେଳେ ଅପରାଧିଙ୍କ ନିଦ ହଜିଯାଇଥିଲା । ତେବେ ଶ୍ରୀ ଭୋଇ ଦାୟିତ୍ୱ ଗ୍ରହଣ କରିବା ସମୟରେ ବ୍ରହ୍ମପୁର ଏସିପି ପିନାକ ମିଶ୍ର , ଗଞ୍ଜାମ ଏସିପି ବ୍ରିଜେସ ରଏଙ୍କ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ