ସାହିତ୍ୟିକ ଓ ସମାଜସେବୀ ବନମାଳୀ ମହାପାତ୍ରଙ୍କୁ ଆଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି :(ତାରିଣୀ ପ୍ରସାଦ ପଣ୍ଡା) ଗତ ରବିବାର ଦିନ ସ୍ୱର୍ଗତ ବନମାଳୀ ମହାପାତ୍ରଙ୍କ ସ୍ମୃତି ଚାରଣ ଶ୍ରଦ୍ଧାଞ୍ଜଳି ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା ସ୍ଥାନୀୟ ଉତ୍କଳହିତେସିନୀ ସମାଜ ସଭାଗୃହରେ ଅନୁଷ୍ଠିତ ହୋଇସାରିଛି । ଗୌରଚନ୍ଦ୍ର ପଣ୍ଡା, ବିନୋଦ ଚନ୍ଦ୍ରଜେନା, ବିଚିତ୍ରlନନ୍ଦ ବେବର୍ତ୍ତା, ମୀନକେତନ ଦାଶ, ବଟକୃଷ୍ଣ ପାତ୍ର, ଅନାଦି ପାଣିଗ୍ରାହୀ, ଦୁର୍ଗାପ୍ରସାଦ ପଟନାୟକ,ଘନଶ୍ୟାମ ଜେନା ,ତ୍ରିପତି ପ୍ରସାଦ ପଣ୍ଡା ପ୍ରଭୃତି ସ୍ୱର୍ଗତ ମହାପାତ୍ରଙ୍କ ନିଃସ୍ୱାର୍ଥପର ସମାଜ ସେବା ଏବଂ ସାହିତ୍ୟ ସାଧନା ଆଲୋଚନା କରିଥିଲେ।ସହରର ଅନେକ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଯୋଗଦାନ ପୂର୍ବକ ମହାପାତ୍ରଙ୍କ ବହୁମୁଖୀ ସେବା ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଗଜପତି ଜିଲ୍ଲା ଏନୟୁଜେ(ଆଇ) ସାମ୍ବାଦିକ ସଂଘ ତରଫରୁ ସଭାପତି ଗୈରୁଡ଼ଧ୍ବଜ ଚୈଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ଗଣେଷ ରାଜୁ, ପପୁ ମିଶ୍ର, ଶିଶିର ଗୋଉଡ, ବାପି ପଣ୍ଡା, ପ୍ରଭାତ ପାତ୍ର, ବିଜୟ ଗୋଉଡ ସଂଘର ସମସ୍ତ ସଦସ୍ୟ ବନମାଳୀ ମହାପାତ୍ର ଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଦିଆଯାଇ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତାପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ