ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ନିମନ୍ତେ ଓଡିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ଦାବି ପତ୍ର ପ୍ରଦାନ
ଛତ୍ରପୁର,(ଦେବଦତ୍ତ ମହାରଣା): ଓଡିଶା ଡେଭଲପମେଣ୍ଟ ଫୋରମ୍ ପକ୍ଷରୁ ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଏବଂ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଶିଳ୍ପାୟନ ପ୍ରତିଷ୍ଠା କରିବା ଦାବି ନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା, ୫ଟି ସଚିବ ଓ ଶିଳ୍ପ ଓ କାରଖାନା ସଚିବଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏହାସହିତ ଦାବି ଗୁଡିକ ତୁରନ୍ତ ପୂରଣ କରିବା ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ନାରାବାଜି ଦେଇ ଧାରଣାରେ ବସିଥିଲେ । ଏହି ଦାବି ପତ୍ର ପ୍ରଦାନ ବେଳେ ଓଡିଶା ଡେଭଲପମେଣ୍ଟ ଫୋରମ୍ ର ସଭାପତି ରାମ ପ୍ରସାଦ ତ୍ରିପାଠୀ, ଉପସଭାପତି ବବିତା ପାତ୍ର, ଗୈାରୀ ଶଙ୍କର ମହାନ୍ତି , ଭି. ସୋମେଶ୍ୱର ରାଓ, ଏମ.ଭି.ଏସ ଭାସନ , ବନମାଳୀ ଅଜୟ , ସୂର୍ଯ୍ୟନାରାୟଣ ବେହେରା, ଗୈାର ପୃଷ୍ଟି, ମୁନା ପାଢୀ, ଟୁନା ମହାରଣା, ଗଞ୍ଜାମ ବିକାଶ ମଞ୍ଚ ର ରାଜେନ୍ଦ୍ର ପଣ୍ଡା, ଡଃ.ଶିବ ପ୍ରସାଦ ମିଶ୍ର, ବୃନ୍ଦାବନ ବେହେରା, ଅହଲ୍ୟା ଜେନା, ବାଳକୃଷ୍ଣ ସାମନ୍ତରାୟ ଙ୍କ ସମେତ ବହୁ ସଂଗଠନର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ସମସ୍ତେ ବ୍ରହ୍ମପୁର ଠାରୁ ଏକ ବାଇକ୍ ଶୋଭାଯାତ୍ରା ମାଧ୍ୟମରେ ଛତ୍ରପୁର ପହଞ୍ଚିଥିଲେ ।


