ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ହେଲେ ସ୍ମିତାରାଣୀ

କୋଦଳା,(ଗୁଲସନ କୁମାର କର): ଉତ୍କଳୀୟ ଫାଉଣ୍ଡେସନ ତରଫରୁ ସାରା ଓଡ଼ିଶାରେ କୁନି କୁନି ପ୍ରତିଭା ମାନଙ୍କୁ ନେଇ ଉତ୍କଳୀୟ ଟେଲେଣ୍ଟ ହଣ୍ଟ ୨୦୨୦ ନୃତ୍ୟ ପ୍ରତିଯୋଗୀତା ହୋଇଥିଲା। ଏଥିରେ ପ୍ରଥମ ଦଶ ଜଣଙ୍କୁ ବିଜେତା ଭାବେ ଘୋଷଣା କରାଯାଇଛି।ଏଥିରେ ଗଞ୍ଜାମ ଜିଲ୍ଲା କୋଦଳା ନିକଟସ୍ଥ କାଲିମେଘି ଗ୍ରାମର ଶ୍ରୀ ଗୌରହରି ପୋଲାଇଙ୍କ ଝିଅ  ସ୍ମିତାରାଣୀ ପୋଲାଇ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେ କବିସୂର୍ଯ୍ୟନଗର ସ୍ଥିତ ଶ୍ରୀ ହରିହର ଶାସ୍ତ୍ରୀୟ ସଙ୍ଗୀତ ବିଦ୍ୟାଳୟରେ ନୃତ୍ୟ ଶିକ୍ଷା ଲାଭ କରୁଛନ୍ତି। ସଫଳତା ପାଇଁ ତାଙ୍କର ବାପା ,ମାଆ ଓ ଶ୍ରୀ ଗରୁ ଅଭୟ କୁମାର ପରିଡାଙ୍କୁ ଶ୍ରେୟ ଦେଇଛନ୍ତି। ତତସହ ଉତ୍କଳୀୟ ଫାଉଣ୍ଡେସନ କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ