ନେତାଜୀ ସୁବାଷ ବୋଷ ଡ଼ିଗ୍ରୀ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ସ୍ଥିତ ନେତାଜୀ ସୁବାଷ ବୋଷ ଡ଼ିଗ୍ରୀ ମହାବିଦ୍ୟାଳୟ ପରିସରରେ ଆମ ଓଡ଼ିଶା, ଜାତୀୟ ସେବା ଶିବିର ଓ ରେଡକ୍ରସ ପକ୍ଷରୁ ଏକ ସ୍ୱଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟିକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ବାସନ୍ତୀ ମାଝୀ, ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦିଗାଲ ଉଦଘାଟନ କରିଥିଲେ। । ରକ୍ତ ଦାତା ମାନଙ୍କ ମଧ୍ୟରେ ଆକାଶ କୁମାର ନାୟକ, ବୈକୁଣ୍ଠ ବେହେରଦଳାଇ, ଅଞ୍ଜନ ପରାସେଟ୍, ରାହୁଲ ବଡ଼ସେଟ୍, ଗୁଡୁଲି ବଡ଼ସେଟ୍, ରଞ୍ଜନ ପରାସେଟ୍, ଅର୍ଚ୍ଚିତା ସାନମାଝୀ, ଇନ୍ଦୁମତି ପ୍ରଧାନୀ, ଅରେନ୍ଦ୍ର ଉଠାଣସିଂ, ଲୁଇଯା ମଲିକ, ରେଣୁକା ମାଝି, ତପନ ନାୟକ, କିଶନ କୁମାର ମଲ୍ଲିକ, ରାଜକିଶୋର ମାଝୀ, କାଂଶୁ ମାଝି, ୟୌଶୋବନ୍ତ୍ ନାୟକ, ବାସନ୍ତୀ ଦଣ୍ଡସେନା, ମୁଟୁ ମଣ୍ଡଳ ୟୋତିନ୍ଦ୍ର ପାତ୍ର, ସନ୍ତୋଷ କୁମାର ଦାଶ ପ୍ରମୁଖ ରକ୍ତଦାନ କରିଥିଲେ।ମହାବିଦ୍ୟାଳୟ ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ଦିଗାଲ, ଜାତୀୟ ସେବା ଶିବିର ର ସଂଯୋଜକ ଡଃ. ବିଶ୍ୱେଶ୍ୱର ଆଚାର୍ଯ୍ୟ, ଅଧ୍ୟାପକ ସୁଶାନ୍ତ ସୁନା, ଅଧ୍ୟାପିକା ରୀନା ମହାନ୍ତି, ସ୍ୱାଗତିକା ସାହୁ ସମେତ ଦଶରଥ ନାୟକ, ଶିବରାମ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ରକ୍ତ ସଂଗ୍ରହ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ର ରକ୍ତ ଭଣ୍ଡାର ର ଡ଼ଃ. ସୌମ୍ୟ ଦର୍ଶନ ନାୟକ, ଚିତ୍ତ ରଞ୍ଜନ ନାୟକ, ସୁବାଷ ବେହେରା, ସମ୍ଭୁ ପ୍ରାସାଦ ମୁଖୀ ଓ ଶିବରାମ ପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରି ରକ୍ତ ସଂଗ୍ରହ କରିଥିଲେ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ