ନ୍ୟାୟପାଳିକା ଉପରେ ବଡ ବୟାନ
ଭାରତୀୟ ବିଚାର ବ୍ୟବସ୍ଥାକୁ ନେଇ କଟାକ୍ଷ କରିଛନ୍ତି ପାଟନା ହାଇକୋର୍ଟ ର ବିଚାରପତି ଜଷ୍ଟିସ ରାକେଶ କୁମାର ଏନେଇ ପାଟଣା ହାଇକୋର୍ଟ ଏହି ମନ୍ତବ୍ୟ ଉପରେ ରୋକ ଲଗାଇଛନ୍ତି । ରାକେଶ ଆଉ କୌଣସି ମାମଲାର ଶୁଣାଣି କରିପାରିବେ ନାହିଁ ବୋଲି ପାଟଣା ହାଇକୋର୍ଟର ମୁଖ୍ୟବିଚାରପତି ନୋଟିସ୍ ଜାରିକରିଛନ୍ତି । ସୂଚନା ଅନୁସାରେ ରାକେଶ ନିଜ ବୟାନ କରିଥିଲେ ଯେ, ଲାଗୁଛି ଉଚ୍ଚ ନ୍ୟାୟାଳୟ ପ୍ରଶାସନ ଦୁର୍ନୀତିଗ୍ରସ୍ତ ନ୍ୟାୟିକ ଅଧିକାରୀଙ୍କୁ ସଂରକ୍ଷଣ ଦେଉଛି। ବିଚାରପତି ରାକେଶ କୁମାର ପୂର୍ବତନ ଆଇପିଏସ ଅଧିକାରୀ ରମେୟାଙ୍କ ମାମଲାର ଶୁଣାଣି ବେଳେ ନିଜ ସହଯୋଗୀ ବିଚାରପତିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଶୁଣାଣି ସମୟରେ ସେ ରମେୟାଙ୍କ ଜାମିନ ଖାରଜ କରିବା ସହ ତାଙ୍କୁ କିପରି ନିମ୍ନ ଅଦାଲତ ଜାମିନ ଦେଇଥିଲେ ବୋଲି ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ଯେଉଁ ଅଧିକାରୀଙ୍କୁ ଦୁର୍ନୀତି ମାମଲାରେ ବହିଷ୍କାର କରାଯିବା କଥା, ତାଙ୍କୁ କୋହଳ ଦଣ୍ଡ ଦେଇ ଛାଡ଼ି ଦିଆଯାଉଛି। ଲାଗୁଛି ଉଚ୍ଚ ନ୍ୟାୟାଳୟ ଦୁର୍ନୀତିକୁ ସଂରକ୍ଷଣ ଦେଉଛି।


