ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

ଗୁମ୍ମା , (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଭା ଗୃହରେ ଆଜି ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ସଭାପତିତ୍ୱ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ସମ୍ମାନିତ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ, କେ. ନାରାୟଣ ରାଓ , ଉପଧକ୍ଷ ଗୀତାଞ୍ଜଳି ଭୂୟାଁ, ଜିଲ୍ଲା ପରିଷଦ ସଭ୍ୟ ହିମାଂଶୁ କୁମାର ଲିମ୍ମା, ସଭ୍ୟା ପ୍ରେମିକା ରଇତ, ବିଡ଼ିଓ ନଟବର ଗରଡ଼, ସହକାରୀ ଯନ୍ତ୍ରୀ କୋଦଣ୍ଡ ପାଣିଗ୍ରାହୀ ଓ ଜିପିଓ ମୂରଲୀ ବେହେରା ଉପସ୍ଥିତ ଥିଲେ। ପ୍ରଥମେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୁଞ୍ଜୁ ଗମାଙ୍ଗ ଅକାଳ ମୃତ୍ୟୁ ରେ ତାଙ୍କ ପାଇଁ ୨ ମିନିଟ ନିରବ ପ୍ରାଥନା କରାଗଲା।ତାପରେ ପିଏ ଅଭିଜିତ ପ୍ରଧାନ ପୂର୍ବ ଵେଠକର ଵିଵରଣୀ ପଠନ କରିଥିଲେ। ପାନୀୟ ଜଳଯୋଗାଣ ବିଷୟ ରେ ଠିକ ଭାବେ କାର‌୍ୟ୍ୟ କାରୀ ହେଉ ନ ଥିବାରୁ ତାହା ବିଷୟ ରେ ଆଲୋଚନା କରାଯାଇଥିଲା। ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ ସମସ୍ୟା,ଆସିଡିଏସ,ଯୋଗାଣ ବିଭାଗ,କୃଷି, ଶିକ୍ଷା ଆଦି ବିଭିନ୍ନ ଯୋଜନା ବ୍ୟବସ୍ଥା ବିଷୟରେ ଆଲୋଚନା କରାଯାଇଥିଲା ଏବଂ ସରକାର ଙ୍କ ଯୋଜନା ସମ୍ପର୍କରେ ଅଧିକାରୀ ମାନେ ଉପସ୍ଥିତ ରହି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ